ଅମ୍ରିତା ବୋତଲରେ ଅମୃତ ନୁହେଁ ବିଷ! ସିଲ ହୋଇଗଲା ସସ୍ କାରଖାନା

Advertisment
ଅମ୍ରିତା ବୋତଲରେ ଅମୃତ ନୁହେଁ ବିଷ! ସିଲ ହୋଇଗଲା ସସ୍ କାରଖାନା

କନକ ବ୍ୟୁରୋ: ଟମାଟୋ ସସ୍ ଖାଉଥିଲେ, ହୋଇଯାଆନ୍ତୁ ସାବଧାନ। କାରଣ ଆପଣ ଖାଉଥିବା ସସରେ ମିଶୁଛି ବିଷ। ଅପମିଶ୍ରିତ ନକଲି ସସ୍ ତିଆରି କାରଖନାରେ ଚଢ଼ାଉ ପରେ ସାମ୍ନାକୁ ଆସିଛି ସାଂଘାତିକ ସତ।

ସସ୍। ପ୍ରାୟ ସମସ୍ତଙ୍କ ରୋଷେଇ ଘର ଥାକରେ ଗା ବନାଇଥିବା ଜିନିଷ। କିଛି ଚଟପଟା ଖାଇବାର କଥା ଆସିଲେ ସସ୍ ଆଖି ସାମନାକୁ ଆଶିଯାଏ। କିନ୍ତୁ କେବେ ଭାବିଛନ୍ତି କି ଆପଣଙ୍କ ଖାଇବା ଥାଳିରେ ସସ ଯାଗାରେ ଯଦି କେହି ଆପଣଙ୍କୁ ବିଷ ପରିଶି ଦିଏ। ବା ଆପଣ ଜାଣି ଶୁଣି ବିଷ ସସ୍ କୁ ଖାଦ୍ୟ ଭାବରେ ଗ୍ରହଣ କରନ୍ତି ତାହେଲେ ଆପଣଙ୍କ ଅବସ୍ଥା କଣ ହେବ। ଛୋଟରୁ ବଡ ସମସ୍ତେ ଅଭ୍ୟସ୍ତ ଥିବା ଏହି ସସରେ ଏବେ ବିଷ ମିଶୁଛି। ଯେଉଁ ସସରେ ଚିଲ୍ଲୀ, ଟମାଟୋ ଫ୍ଲେବର ଆପଣ ଘରକୁ ଆଣୁଛନ୍ତି, ଆପଣ ଜାଣିଛନ୍ତି ଏଥିରେ କଣ ସବୁ ମିଶିଛି। ଆମେ କହୁଛୁ ଅମ୍ରିତା ସସର କଥା। ଏହି କାରଖାନାରେ ରେଡ ବେଳେ, ସାମାନକୁ ଆସିଥିଲା ସସ ନାଁରେ ଅପମିଶ୍ରଣର କଥା। ଶବ ସଂରକ୍ଷଣ ପାଇଁ ବ୍ୟବହାର ହେଉଥିବା କେମିକାଲ ତଥା ୟୁରିଆ ସାର ଏହି ସସରେ ମିଶାଯାଇଥିଲା । ଏହାକୁ ମଣିଷ ଖାଇଲେ ବିଶେଷକରି ଛାତି ଜନିତ ରୋଗ, ନାକ ଓ ଗଳା ଜନିମତ ରୋଗ ହୋଇପାରେ ବୋଲି ଚିକିତ୍ସକ କହିଛନ୍ତି।

ସେପଟେ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଖୋଦ ରାଜଧାନୀରେ ସସ କାରଖାନା କରି ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ନଜରକୁ ଆସିଛି। ନିୟମ ଅନୁସାରେ ୧୨ ଲକ୍ଷରୁ କମ ଟଙ୍କାର ବ୍ୟବସାୟ ପାଇଁ ରେଜିଷ୍ଟ୍ରେସନ ଏବଂ ୧୨ ଲକ୍ଷରୁ ଉର୍ଦ୍ଦ କାରବାର ପାଇ ଲାଇସେନ୍ସ କାଟାଗୋରୀର ନିୟମ ରହିଛି। ଏହି ସଂସ୍ଥା ଅନଲାଇନ ଯୋଗେ ରେଜିଷ୍ଟ୍ରେସନ କରାଇ ଏହି କାରବାର କରୁଥିବା ପୁଲିସ ଜାଣିବାକୁ ପାଇଛି। ତେବେ ସସର ମାନ ଜାଣିବା ପାଇଁ ପରୀକ୍ଷାଗାରାକୁ ପଠାଯାଇଛି। ଯଦି ଏହା ଅନସେଫ ବୋଲି ପ୍ରମାଣିତ ହୁଏ ତେବେ ଏହାକୁ ଫୁଡ ସେଫଟି ଆଇନ ଅନୁସାରେ ଏହାକୁ ଧର୍ତବ୍ୟ ଅପରାଧ ଭାବେ ଗ୍ରହଣ କରାଯିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି –
- ବେଆଇନ ଭାବେ ବିଷ ବିକୁଥିବା ଏହି ସଂସ୍ଥାକୁ କିଏ ଓ କେମିତି ଦେଇଥିଲା ଅନୁମତି?
- ଅନୁମତି ଦେବା ପରେ, କାହିଁକି କରାଗଲାନି ନିୟମିତ ଯାଞ୍ଚ?
- ୪ ବର୍ଷ ଭିତରେ କେତେ ବିଷ ବୋତଲ ବିକିଛି ଏହି ସଂସ୍ଥା?
- ଏବେବି ବଜାରରେ ବୁଲୁଛି କେତେ ବିଷ ଭର୍ତି ସସ ବୋତଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe