ପୋଟଳ ଚାଷର ଗାଁ: ରାୟଗଡା ରାମନାଗୁଡା ବ୍ଲକର ଲିମାପଦର ଗାଁରେ ଆଧୁନିକ ପଦ୍ଧତିରେ ହେଉଛି ପୋଟଳ ଚାଷ 

144

କନକ ବ୍ୟୁରୋ: ଗାଁ ପରିଚୟ ପୋଟଳ ଚାଷ । ପାରମ୍ପାରିକ ପଦ୍ଧତିରେ ଚାଷ ଛାଡି ଆଧୁନିକ ପଦ୍ଧତିରେ ପଟୋଳ ଚାଷ କରି ଆର୍ôଥକ ସ୍ଥିତି ସୁଦୃଢ କରି ପାରିଛନ୍ତି ଚାଷୀ  । ଆଉ ଚାଷୀଙ୍କୁ ସହଯୋଗର ହାତ ବଢାଇଛି ଉଦ୍ୟାନ ବିଭାଗ  । ଏବେ ଆସନ୍ତୁ ଜାଣିବା କେମିତି ହୋଇଛି ପୋଟଳ ଚାଷ, ଆଉ ଏଥିରୁ କେତେ ଲାଭ ପାଉଛନ୍ତି ଚାଷୀ ।

ରାୟଗଡା ଜିଲ୍ଲା ରାମାନଗୁଡା ବ୍ଲକର ଲିମାପଦର ଗାଁ । ବର୍ତମାନ ଗାଁର ପରିଚୟ କହିଲେ, ଆଧୁନିକ ପଦ୍ଧତିରେ ହୋଇଥିବା ପୋଟଳ ଚାଷ । ପଟୋଳ ଚାଷ ଚାଷୀଙ୍କୁ ବର୍ଷ ସାରା ରାହା ଯୋଗାଇବା ସହ ସେମାନଙ୍କ ଆର୍ôଥକ ସ୍ଥିତି ସୁଦୃଢ କରିପାରିଛି  । ଜଣେ ଚାଷୀ ୧ ଲକ୍ଷ ଟଙ୍କା ଖର୍ଚ କରି ୧ ଏକର ଜମିରେ ପୋଟଳ ଚାଷ କଲେ ୨ ଲକ୍ଷ ଟଙ୍କା ରୋଜଗାର କରି ପାରିଛନ୍ତି । ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦମ୍ଭ କରିବାରେ ସହଯୋଗ କରୁଛି ରମାନାଗୁଡା ସ୍ଥିତ ଉଦ୍ୟାନ ବିଭାଗ  ।

ଲିମାପଦର ଗାଁର ଚାଷୀମାନେ ପୂର୍ବରୁ ଜଙ୍ଗଲରୁ କାଠ ଆଣି ରଂଜା ପଦ୍ଧତିରେ ପଟୋଳ ଚାଷ କରୁଥିଲେ । କିନ୍ତୁ କାରୋନା କାଳରେ ଚାଷୀଙ୍କ ଆର୍ôଥକ ସ୍ଥିତି ସ୍ୱଚ୍ଛଳ କରିବା ପାଇଁ ଆଗକୁ ଆସିଲା ଉଦ୍ୟାନ ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ରାଶି ଦେଇ ଟ୍ରେଲୀ ପଦ୍ଧତି ଚାଷ କରିବା ପାଇଁ ପରାମର୍ଶ ଦେଲେ ଉଦ୍ୟାନ ବିଭାଗର ଅଧିକାରୀ । ଚାଷୀ, ଏହି ପଦ୍ଧତିରେ ଚାଷ କରିବାରୁ ଗଛ ସଠିକ ପରିମାଣର ସୂର୍ଯ୍ୟ କିରଣ ପାଇବା ସହ ଅଧିକ ଉତ୍ପାଦନ ହେଉଛି । ବଜାରରେ ଏହି ପଟୋଳର ବେସ ଚାହିଦା ରହୁଛି  ।

ସ୍ଥାନୀୟ ବଜାର ସମେତ ଗୁଣୁପୁର, ଗୁଡ଼ାରି, ପଦ୍ମପୁର, ରାୟଗଡା ଓ ମୁନିଗୁଡା ସହରକୁ ରପ୍ତାନି କରି ଦୁଇ ପଇସା ରୋଜଗାର କରି ସ୍ୱାବଲମ୍ବି ହୋଇ ପାରିଛନ୍ତି ଚାଷୀ । ରାମାନାଗୁଡା ଉଦ୍ୟାନ ବିଭାଗର ସହକାରୀ ଅଧିକାରୀ ଏମ. ସୁଚିତ୍ରା କହିଛନ୍ତି, ଉନ୍ନତ ଜ୍ଞାନ କୌଶଳରେ ଚାଷ କରି ଚାଷୀମାନେ ଲାଭବାନ ହେଉଛନ୍ତି ।

ଲିମାପଦର ଗାଁର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ପୋଟଳ ଚାଷ ସେମାନଙ୍କୁ ଆର୍ଥିକ ସ୍ୱଚ୍ଛଳ କରିଛି ।