ବଜାଜ୍ ଫାଇନାନ୍ସରେ ନିବେଶ କଲା ପିଓସି : ଏଚଡିଏଫସି ଲିମିଟେଡ ଓ ଆଇସିଆଇସିଆଇ ବ୍ୟାଙ୍କ ପରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପିଓସିର ତୃତୀୟ ନିବେଶ

2,984
କନକ ବ୍ୟୁରୋ : ଭାରତ ଓ ଚୀନ ଭିତରେ ଚାଲିଥିବା ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଭିତରେ ଏବେ ଏକ ବଡ ଖବର ଆସିଛି । ଚୀନର ସେଣ୍ଟ୍ରାଲ ବ୍ୟାଙ୍କ ପିଓସି ଏବେ ପୁଣି ଏକ ଭାରତୀୟ କମ୍ପାନୀର ଅଂଶଧନ କିଣିଛି ।  ଚାଇନାର ପିଓସି ବ୍ୟାଙ୍କ ଏଚଡିଏଫସି ଲିମିଟେଡ ଓ ଆଇସିଆଇସିଆଇ ବ୍ୟାଙ୍କର ଅଂଶଧନ କିଣିବା ପରେ ଏବେ ବାଜାଜ ଫାଇନାନ୍ସରେ ନିବେଶ ଆରମ୍ଭ କରିଛି । ଏହି ନିବେଶ ମୋଟ ବାଜଜ୍ ଫାଇନାନ୍ସ ମୋଟ ଅଂଶଧନର ୧ ପ୍ରତିଶତ ନିବେଶ କରିଥିବା ସୂଚନା ମିଳିଛି । ୧ ପ୍ରତିଶତରୁ କମ୍ ନିବେଶ କରିଥିବାରୁ ଷ୍ଟକ ଏକ୍ସଚେଞ୍ଜ ଏହା ବାବଦରେ କିଛି ସୂଚନା ଦେଇନାହିଁ ।
ଅର୍ଥନୈତିକ ଏକ୍ସପର୍ଟ ମାନେ କହିଛନ୍ତି କି ଏହି ୩ ଟି କମ୍ପାନୀରେ ପିଓସି ଯେଉଁ ନିବେଶ କରିଛି ତାହା ଏକ ପ୍ରତିଶତରୁ କମ୍ ହୋଇଥିବାରୁ  ତହା ଦେଶ ଅର୍ଥନିତୀରେ କୌଣସି କ୍ଷତି ପହଂଚାଇବ ନାହିଁ । କହିରଖୁ କି ପୂର୍ବମାସରେ ପଓସି ବା ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା ଭାରତୀୟ କମ୍ପାନୀ ଆଇସିଆଇସିଆଇ ବ୍ୟାଙ୍କିଙ୍ଗ୍ ରେ ବି ୧ ପ୍ରତିଶତରୁ କମ ଅଂଶଧନ କିଣିଥିଲା । ଏହା ପୂର୍ବରୁ ଏଚଡିଏଫସି ଲିମିଟେଡ ରେ ବି ସମାନ ଅଂଶଧନ କିଣିଥିଲା ପିଓସି । ହେଲେ କିଛି ଦିନ ଭିତରେ ଏହି ଅଂଶ ଧନ ଏକ ପ୍ରତିଶତରୁ ବି ଅଧିକ ହୋଇଥିବା ଜଣାପଡିଛି । ଏହାସହ ଭାରତର ୩ ଟି ବ୍ୟାଙ୍କିଙ୍ଗ ସେକ୍ଟରରେ ପିଓସି ତାର ନିବେଶ କରିଛି ।
ଏଠାରେ କଥା ଉଠୁଛି ଯେତେବେଳେ ଭାରତସରକାର ଚୀନର ବିଭିନ୍ନ ଆପ୍ କୁ ବ୍ୟାନ କରୁଛନ୍ତି । ସେତେବେଳେ ଭାରତୀୟ କମ୍ପାନୀ ମାନଙ୍କରେ ଚୀନ ନିବେଶ ଉପରେ କାହିଁକି ରୋକ୍ ଲଗାଉନାହିଁ ।  ଏହାକୁ ନେଇ ଏକ୍ସପର୍ଟ ମାନେ କହିଛନ୍ତି କି ଚୀନ ସେଣ୍ଟ୍ରାଲ ବ୍ୟାଙ୍କର ପ୍ରଥମ ନିବେଶ ପରେ ଭାରତ ସରକାର ପଡୋଶୀ ଦେଶରୁ ଆସୁଥିବା ଏଫଡିଆଇ  ଓ ବିଦେଶୀ ପୋର୍ଟଫୋଲିଓ ନିବେଶର ନିୟମ କଡା କଡି କରିଥିଲେ । ଏପ୍ରିଲ ୨୦୧୬ ରୁ ମାର୍ଚ୍ଚ ୨୦୨୦ ମଧ୍ୟରେ ଦେଶରେ ୧୬ ଶହରୁ ଅଧିକ କମ୍ପାନୀରେ ଚୀନ ଏକ ଅରବ ଡଲାରରୁ ଅଧିକ ଟଙ୍କାର  ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ କରିଛି ।