ଗୁନାରେ ହରିଣ ଶିକାରୀଙ୍କ ଆତଙ୍କ । ୩ ପୋଲିସ କର୍ମୀଙ୍କୁ କଲେ ହତ୍ୟା

220

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଗୁନାରେ କଳାହରିଣ ଶିକାରୀଙ୍କ ଆତଙ୍କ । ଏଠାରେ ଶିକାରୀ ଓ ଓ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ତିନି ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଏସଆଇ ରାଜକୁମାର ଜାଟବ, ପୋଲିସ ଆରକ୍ଷୀ ନୀରଜ ଭାର୍ଗବ ଓ ଆରକ୍ଷୀ ସନ୍ତରାମ ।
ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ଗୁନାର ଏକ ଜଙ୍ଗଲରେ କଳାମୃଗ ଶିକାର କରି କିଛି ଶିକାରୀ ଯାଉଥିଲେ । ଏହାର ଖବର ପୋଲିସ ବିଭାଗକୁ ମିଳିଥିଲା । ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଏନକାଉଣ୍ଟର ଆରମ୍ଭ କରିଥିଲେ । ହେଲେ ଶିକାରୀଙ୍କ ପାଲଟା ଗୁଳିମାଡରେ ପୋଲିସ ଅଧିକାରୀ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ସ୍ଥିତି ଏତେ ଭୟାନକ ଥିଲା ଯେଉଁଥିରେ ଶିକାରୀମାନେ ଅତି ନିକଟରୁ ପୋଲିସଙ୍କ ଉପରକୁ ଗୁଳିମାଡ କରିଥିବା ସ୍ପଷ୍ଟ ହେଉଛି । ଘଟଣାସ୍ଥଳରୁ କିଛି ଫୁଟା ଗୁଳି ସହ କଳା ମୃଗଙ୍କୁ ୪ଟି କଟା ମୁଣ୍ଡ ସହ ଗୋଟିଏ ମୟୂରର ମୃତ ଦେହ ଜବତ ହୋଇଛି ।
ଏହି ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ରାଜ୍ୟ ସରକାର । ଏଘଟଣା ଉପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ପାଟିଲ ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି ,ଏଥିରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା, ମୁଖ୍ୟ ସଚିବ. ଡିଜିପି , ଏଡିଜିଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ସାମିଲ ରହିବେ ।ଏହି ଗଟଣା ଉପରେ ଖୋଦ୍ ମୁଖ୍ୟମନ୍ତ୍ରୀ ଲଗାତାର ମନିଟରିଙ୍ଗ କରୁଛନ୍ତି । ଦୋଷୀମାନଙ୍କୁ କୌଣସି ମତେ ଛଡାଯିବ ନାହିଁ ବୋଲି ଶିବରାଜ ସିଂ ପାଟିଲ କହିଛନ୍ତି ।