ଚିଲିକାରେ ପକ୍ଷୀ ଶିକାର ଅଭିଯୋଗ, ଜଣେ ଗିରଫ । ୪ଟି ମୃତ ବିଦେଶୀ ପକ୍ଷୀ ଉଦ୍ଧାର 

Advertisment
ଚିଲିକାରେ ପକ୍ଷୀ ଶିକାର ଅଭିଯୋଗ, ଜଣେ ଗିରଫ । ୪ଟି ମୃତ ବିଦେଶୀ ପକ୍ଷୀ ଉଦ୍ଧାର 

କନକ ବ୍ୟୁରୋ : ଚିଲିକାରେ ପକ୍ଷୀ ଶିକାର କରି ଚାଲାଣ କରୁଥିବା ଅଭିଯୋଗରେ ଜଣେ ଗିରଫ । ବନ୍ୟପ୍ରାଣୀ ବିଭାଗର ଏକ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ରେଞ୍ଜର କୁହୁଡି ଗାଁ ନିକଟରୁ ଏହି ଶିକାରୀକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ନିକଟରୁ ୪ଟି ମୃତ ବିଦେଶୀ ପକ୍ଷୀ ଉଦ୍ଧାର ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ପୁରୀ ଜିଲ୍ଲା ଗଡିଶା ଗୋଦା ଥାନା ଅଡାଲ ନୂଆ ଗାଁର ଗୋବିନ୍ଦ ରାଉତ । ତାଙ୍କ ବୟସ ୩୪ । ଏବେ ଚିଲିକାକୁ ବିଦେଶାଗତ ପକ୍ଷୀ ଆସୁଛନ୍ତି । ଏପରି ସମୟରେ ପକ୍ଷୀମାନଙ୍କୁ କଇଁ ପୁଲ କେଶରରେ ବିଷ ଦେଇ ଶିକାର କରାଯାଉଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe