ପାକିସ୍ତାନରେ ଗତ ୨୦ ଦିନ ମଧ୍ୟରେ ୨୨୦ ପିଲାଙ୍କର ମୃତ୍ୟୁ :   କାରଣ କଣ ?

39

ଆଜିକାଲି ପାକିସ୍ତାନର ପଞ୍ଜାବ ପ୍ରଦେଶ ଶିଶୁ ମୃତ୍ଯୁ ନେଇ ବହୁତ ଚିନ୍ତିତ । ଗତ ୨୦ ଦିନ ମଧ୍ୟରେ ଏଠାରେ ପ୍ରାୟ ୨୨୦ ଜଣ  ପିଲା ପ୍ରାଣ ହରାଇଛନ୍ତି । ଏହା ହେଉଛି ସରକାରୀ ତଥ୍ୟ । ପ୍ରକୃତ ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ । ମୃତ୍ୟୁବରଣ କରିଥିବା ପିଲାମାନେ ନିମୋନିଆରେ ପୀଡିତ ଥିଲେ । ଗତ ବର୍ଷ ଏହି ପ୍ରଦେଶରେ ନିମୋନିଆ ହେତୁ ପ୍ରାୟ ୧୦୦୦ ପିଲା ପ୍ରାଣ ହରାଇଥିଲେ ।

ଗତ କିଛିଦିନ ଧରି ପାକିସ୍ତାନର ପଞ୍ଜାବ ପ୍ରଦେଶରୁ ଆସୁଥିବା ଏକ ଖବର ଅତ୍ୟନ୍ତ ଚିନ୍ତାଜନକ। ଗତ ତିନି ସପ୍ତାହ ମଧ୍ୟରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ୨୦୦ ରୁ ଅଧିକ ଶିଶୁଙ୍କର ମୃତ୍ୟୁ ଘଟିଛି । କୁହାଯାଉଛି ଯେ ପାକିସ୍ତାନରେ ଅତ୍ୟଧିକ ଥଣ୍ଡା ଥିବାରୁ ନିମୋନିଆ କାରଣରୁ ଏହି ମୃତ୍ୟୁ ଘଟୁଛି । ୨୦୦ ରୁ ଅଧିକ ଶିଶୁଙ୍କର ଏହି ମୃତ୍ୟୁ ଖବର କୌଣସି ଗଣମାଧ୍ୟମ କିମ୍ବା ବିରୋଧୀ ଦଳ ଦାବି କରିନାହାନ୍ତି । ଖୋଦ  ପାକିସ୍ତାନର କେୟାରଟେକର ସରକାର ଏହି ଖବରର ସତ୍ୟାସତ ପୃଷ୍ଟି କରିଛନ୍ତି ଯେ ଗତ ୨୦ ଦିନ ମଧ୍ୟରେ ଏତେ ସଂଖ୍ୟକ ଶିଶୁ ପ୍ରାଣ ହରାଇଛନ୍ତି । ପାକିସ୍ତାନର କେୟାରଟେକର ସରକାର କହିଛନ୍ତି ଯେ ପଞ୍ଜାବ ପ୍ରଦେଶର ପୁଷ୍ଟିହୀନତା ଅଧିକାଂଶ ଶିଶୁଙ୍କର ମୃତ୍ୟୁର କାରଣ ଥିଲା ।  ଆହୁରି ମଧ୍ୟ, ମୃତ୍ୟୁବରଣ କରିଥିବା ଅନେକ ପିଲାଙ୍କୁ ନିମୋନିଆ ଟିକା ମଧ୍ୟ ମିଳି ନଥିଲା ।ଏହି ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବହୁତ ଦୁର୍ବଳ ବୋଲି କୁହାଯାଏ । ପଞ୍ଜାବ ସରକାର ଏହା ମଧ୍ୟ କହିଛନ୍ତି ଯେ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ କୁ ସକାଳବେଳା ଖୋଲିବା  ଉଚିତ ନୁହେଁ । ଏହାର କାରଣ ଥଣ୍ଡା ବୋଲି କୁହାଯାଇଛି।

ରାଜଧାନୀରେ ୪୭ ଜଣଙ୍କ ମୃତ୍ୟୁ ଚିନ୍ତାଜନକ

ଚଳିତ ବର୍ଷ ଜାନୁଆରୀ ୧ ଆରମ୍ଭରୁ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପ୍ରାୟ ୧୦ ହଜାର ୫୦୦ ନିମୋନିଆ ମାମଲା ପଞ୍ଜିକୃତ ହୋଇଛି । ନିମୋନିଆ କାରଣରୁ ଏହି ମାସରେ ମୃତ୍ୟୁବରଣ କରିଥିବା ୨୨୦ ପିଲାଙ୍କ ମଧ୍ୟରୁ କେବଳ ଲାହୋରରେ ୪୭ ଜଣଙ୍କର  ମୃତ୍ୟୁ ଘଟିଛି । ଲାହୋର ହେଉଛି ପାକିସ୍ତାନର ପଞ୍ଜାବ ପ୍ରଦେଶର ରାଜଧାନୀ ।

ଗତ ବର୍ଷ ୯୯୦ ଜଣଙ୍କର ମୃତ୍ୟୁ ହୋଇଥିଲା

ଏଭଳି ପରିସ୍ଥିତିରେ ରାଜଧାନୀରେ ପିଲାମାନଙ୍କର ଜୀବନ ହାନି କେୟାରଟେକର ସରକାରଙ୍କ ସମସ୍ୟା ବଢାଇ ଦେଇପାରେ । ପାକିସ୍ତାନ ସରକାର ଲୋକଙ୍କୁ/ ପିଲାମାନଙ୍କୁ ମାସ୍କ ପିନ୍ଧିବା ଏବଂ ନିୟମିତ ଭାବେ ହାତ ଧୋଇବା ପାଇଁ କହିଛନ୍ତି । ଆହୁରି ମଧ୍ୟ ଥଣ୍ଡା ହେତୁ ଗରମ ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଗତ ବର୍ଷ ପଞ୍ଜାବ ପ୍ରଦେଶରେ ନିମୋନିଆ ହେତୁ ୯୯୦ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ପାକିସ୍ତାନ ସରକାର ଲୋକଙ୍କୁ ଯଥାଶୀଘ୍ର ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଏଭଳି ସମସ୍ୟାର ମୁକାବିଲା କରିବାକୁ ଚେଷ୍ଟା କରୁଛନ୍ତି ।