ନିରଭଙ୍କ ପରେ ପୁଣି ଥରେ ଠକିଲା ପିଏନବି ? ଏଟିଏମରୁ ଟଙ୍କା ଉଠାଇବା ବେଳେ ହେଉଛି ଏହି ସବୁ ଅସୁବିଧା

34

୧୨,୪୦୦ କୋଟି ଟଙ୍କାର ଠକେଇ ପରେ ସଂଘର୍ଷ କରୁଥିବା ପଂଜାବ ନ୍ୟାସନାଲ ବ୍ୟାଙ୍କ ସାମନାରେ ଆଉ ଏକ ବଡ ବିପଦ ମୁଣ୍ଡ ଟେକି ଛିଡା ହୋଇଛି । ବ୍ୟାଙ୍କର ଅନେକ ଏଟିଏମରୁ ଲୋକଙ୍କୁ ଟଙ୍କା ଉଠାଇବାରେ ଅସୁବିଧା ହେଉଛି । ଏହା ବ୍ୟତୀତ ପିଏନବି ବ୍ୟାଙ୍କ ଶାଖା ଗୁଡିକରେ ନେଣଦେଣ ପ୍ରକ୍ରିୟା ସୂଚାରୂ ରୁପେ କରିବା ପାଇଁ ମଧ୍ୟ ଅସୁବିଧା ହେଉଛି । ପିଏନବି ବ୍ୟାଙ୍କର ଏଟିଏମ ଓ ଶାଖା ଗୁଡିକରେ ହେଉଥିବା ଅସୁବିଧା ଯାନ୍ତ୍ରିକ ତ୍ରୁଟି କାରଣରୁ ବୋଲି ଜଣା ପଡିଛି ।

ବାସ୍ତବରେ ବ୍ୟାଙ୍କ ଏହି ସମୟରେ କୋର ବ୍ୟାଙ୍କିଙ୍ଗ ସିଷ୍ଟମକୁ ଅପଗ୍ରେଡ କରିଛି । ଏହି କାରଣରୁ ତାର ବ୍ୟାଙ୍କ ଶାଖା ଗୁଡିକରେ ବ୍ୟାଙ୍କିଙ୍ଗ ନେଣଦେଣ କରିବାରେ ବହୁତ ଅସୁବିଧା ହେଉଛି । ସୂଚନାଯୋଗ୍ୟ, ସିଷ୍ଟମ ଅପଡେଟ କରିବା କାରଣରୁ ଯାନ୍ତ୍ରିକ ସମସ୍ୟା ସାମନାକୁ ଆସିଛି ।

ଜଣାଇ ଦିଆଯାଉଛି ଯେ ଗତ ଦିନ ମାନଙ୍କରେ ପିଏନବିର କୋର ବ୍ୟାଙ୍କିଙ୍ଗ ସିଷ୍ଟମ ‘ଫିନେକଲ ୧୦’କୁ ଅପଗ୍ରେଡ କରାଯାଇଥିଲା। ଏହି ସିଷ୍ଟମକୁ ଇନଫୋସିସ ଅପଗ୍ରେଡ କରି୍ଥିଲା । ଏହା ଉପରେ ସୂଚନା ରଖୁଥିବା ଲୋକଙ୍କ କହିବାନୁସାରେ ସିଷ୍ଟମ ସଂପୂର୍ଣ୍ଣ ରୂପେ ଅପଗ୍ରେଡ ହେବା ପାଇଁ ୯୦ ଦିନର ସମୟ ଲାଗେ, କିନ୍ତୁ ଇନଫୋସିସକୁ ଏହି କାମ ମାତ୍ର ୪୫ଦିନରେ କରିବାକୁ କୁହାଯାଇଥିଲା । ସେଥିପାଇଁ ଏହି ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କିନ୍ତୁ ପିଏନବି ଅଧିକାରୀଙ୍କ କହିବା ହିସାବରେ ଏହି ସମସ୍ୟା ଶେଷ ହୋଇଯାଇଛି ଓ ସେମାନେ ଠିକରେ କାମ କରିବା ଆରମ୍ଭ କରିଦେଲେଣି ।

ସୂଚନାଯୋଗ୍ୟ, ପଂଜାବ ନ୍ୟାସନାଲ ବ୍ୟାଙ୍କ ପ୍ରଥମେ ୧୨,୪୦୦ କୋଟି ଟଙ୍କାର ଠକେଇର ଶିକାର ହେବା ପରେ ସଂଘର୍ଷ କରୁଛି। ଏହି ମାମଲାରେ ନିରଭ ମୋଦି ଓ ଗୀତାଂଜଳି ଜ୍ୱେଲର୍ସର ପ୍ରମୂଖ ମେହୁଲ ଚୋକସୀଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ନିଆ ଯାଉଛି ।