ଭୁବନେଶ୍ୱର ପିଏନବି ବ୍ୟାଙ୍କ ଏଟିଏମ ଲୁଟ ଘଟଣାର ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୁଲିସ: କେମିତି ହୋଇଥିଲା ଲୁଟ ଡେମୋ ଦେଖାଇବେ ଲୁଟେରା

୨୮ ଲକ୍ଷ ଟଙ୍କା କରିଥିଲେ ଲୁଟ

117

କନକ ବ୍ୟୁରୋ: ଭୁବନେଶ୍ୱର ମାଗ୍ନେଟିକ ଛକ ପିଏନବି ଏଟିଏମ ଲୁଟ ଘଟଣାରେ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି କମିସନରେଟ ପୁଲିସ । କେମିତି ହୋଇଥିଲା ଲୁଟ ତାର ଡେମୋ ଦେଖାଇବେ ଲୁଟେରା । ଭାଇଜାଗରୁ ଗିରଫ ହେବା ପରେ ତାଙ୍କୁ ଟ୍ରାଂଜିଟ ରିମାଣ୍ଡରେ ଅଣାଯାଇଥିଲା । ୨ ଅଭିଯୁକ୍ତ ସମରଜିତ ସିଂ ଓ ଜାଫର ସକିଦ ଦେଶର ବିିଭନ୍ନ ସ୍ଥାନରେ ଏଟିଏମ ଲୁଟ କରିଥିବାର ଅଭିଯୋଗ ରହିଛି । ଗତ ନଭେମ୍ବର ୧୧ ତାରିଖରେ ମାଗ୍ନେଟିକ ଛକରେ ଥିବା ପିଏନବି ଏଟିଏମରୁ ୨୮ ଲକ୍ଷ ଲୁଟ କରି ଫେରାର ହୋଇଯାଇଥିଲେ ।