ତୃତୀୟ ଲହରକୁ ନେଇ ସରକାରଙ୍କୁ ସତର୍କ କଲେ ରାହୁଲ ଗାନ୍ଧୀ : ଶ୍ୱେତପତ୍ର ଜାରି କରି କହିଲେ, କରାଯାଉ ବେଡ୍ ଓ ଅକ୍ସିଜେନର ବ୍ୟବସ୍ଥା

213

କନକ ବ୍ୟୁରୋ : ମହାମାରୀ କରୋନାକୁ ନେଇ ଶ୍ୱେତପତ୍ର ଜାରି କଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଶ୍ୱେତପତ୍ରରେ ତୃତୀୟ ଲହରର ମୁକାବିଲା ପାଇଁ ସରକାରଙ୍କୁ ସତର୍କ କରିବା ସହ କେତେକ ପ୍ରସ୍ତାବ ଦେଇଛନ୍ତି ରାହୁଲ । କହିଛନ୍ତି, ଦ୍ୱିତୀୟ ଲହରକୁ ନେଇ ବୈଜ୍ଞାନିକମାନେ ସରକାରଙ୍କୁ ସତର୍କ କରିଥିଲେ । କିନ୍ତୁ ସରକାର କୌଣସି ପଦକ୍ଷେପ ନେଇ ନଥିଲେ ।

ସାରା ଦେଶ ଜାଣିଛି ତୃତୀୟ ଲହର ଆସୁଛି । କିନ୍ତୁ ପୁଣି ସେହିଭଳି ଭୁଲ କରୁଛନ୍ତି ସରକାର । ଦ୍ୱିତୀୟ ଲହରର ଆସିବା ପୂର୍ବରୁ ବେଡ୍, ଅକ୍ସିଜେନର ଯେଉଁଭଳି ବ୍ୟବସ୍ଥା କରାଯାଇନଥିଲା, ତୃତୀୟ ଲହର ଆସିବା ପୂର୍ବରୁ ସେସବୁର ବ୍ୟବସ୍ଥା କରାଯିବା ଆବଶ୍ୟକ । ଏଥିସହ କରୋନାରେ ଯେଉଁ ଲୋକଙ୍କର ମୃତ୍ୟୁ ହେଉଛି ସେମାନଙ୍କ ପରିବାରବର୍ଗକୁ ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି ରାହୁଲ । ତେବେ ଗତକାଲି ଭଳି ସବୁ ଦିନ ଟିକାକରଣକୁ ବ୍ୟାପକ କରିବାକୁ ସେ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ।