ସର୍ବାଧିକ ଆକ୍ରାନ୍ତ ୧୨ଟି ରାଜ୍ୟକୁ ଅକ୍ସିଜେନ ଯୋଗାଣ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ  । ବିଭିନ୍ନ ପ୍ଲାଂଟ ନିଜ କ୍ଷମତା ଅନୁସାରେ ଅମ୍ଳଜାନ ଉତ୍ପାଦନ ବୃଦ୍ଧି ପାଇଁ ନିର୍ଦ୍ଦେଶ

142

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ମୁଖ୍ୟ ବାଧକ ସାଜିଛି ଅକ୍ସିଜେନର ଅଭାବ । ଦୈନିକ ଅକ୍ସିଜେନ୍ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁନେଇ ଖବର ଆସିବା ପରେ ଆଜି ଏନେଇ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ସମୀକ୍ଷା ବୈଠକରେ ସର୍ବାଧିକ ଆକ୍ରାନ୍ତ ୧୨ଟି ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ।ଅଧିକ ସଂକ୍ରମିତ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଜିଲ୍ଲା ଗୁଡିକର ସ୍ଥିତି ନେଇ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଯାଇଥିଲା ।

ତେବେ ବିଭିନ୍ନ ପ୍ଲାଂଟ ନିଜ କ୍ଷମତା ଅନୁସାରେ ଅମ୍ଳଜାନ ଉତ୍ପାଦନ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନରେନ୍ଦ୍ର ମୋଦୀ । ଏହାସହ ସାରା ଦେଶରେ ଅକ୍ସିଜେନ ସିଲିଣ୍ଡର ଗୁଡିକୁ ନେଇ ଯାଉଥିବା ଗାଡି ଗୁଡିକୁ କିପରି କୌଣସି ବିନା ବାଧାରେ ଯାତାୟତ କରିପାରିବ ସେ ନେଇ ଯେପରି କୌଣସି ବାଧା ନଉପୁଯେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।  ଏହାସହ ବିଦେଶରୁ ୫୦ ହଜାର ମେଟ୍ରିକ୍ ଟନ ମେଡିକାଲ ଅକ୍ସିଜେନ କେନ୍ଦ୍ର ସରକାର ଆମଦାନୀ କରିବେ ବୋଲି ସୂଚନା ମିଳିଛି ।

Comments are closed.