ଓଏଲଏକ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କାର୍ଯ୍ୟାଳୟ ବିକ୍ରିର ବିଜ୍ଞାପନ । ଦାମ ରହିଛି ସାଢେ ସାତ କୋଟି । ଜାଣନ୍ତୁ କ’ଣ ରହିଛି ମାମଲା

205

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ନିର୍ମାଣ ହୋଇଥିବା ସଂସଦୀୟ କାର୍ଯ୍ୟାଳୟକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ବାରଣାସୀର ଗୁରୁଧାମ କଲୋନୀରେ ଥିବା ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କାର୍ଯ୍ୟାଳୟ ବିକ୍ରି ପାଇଁ ଅନଲାଇନ କ୍ରୟ- ବିକ୍ରୟ ସାଇଟ୍ ରେ ବିଜ୍ଞାପନ ଦିଆଯାଇଛି । ଓଏଲଏକ୍ସ ସାଇଟରେ ଲୋକମାନେ ବିଜ୍ଞାପନ ଦେଖିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି କି କାହିଁକି ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କାର୍ଯ୍ୟାଳୟ ବିକ୍ରି କରାଯାଉଛି । ତାହା ପୁଣି ଓଏଲଏକ୍ସ ସାଇଟରେ ବିଜ୍ଞାପନ ଦେଇ । ଏହି ବିଜ୍ଞାପନରେ କାର୍ଯ୍ୟାଳୟର ମୂଲ୍ୟ ପୁଣି ସାଢେ ସାତକୋଟି ଟଙ୍କା ରଖା ଯାଇଛି ।
ସୂଚନା ମୁତାବକ ବ୍ୟବସାୟୀକ ସାଇଟ ଓଏଲଏକ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କାର୍ଯ୍ୟାଳୟ ବିକ୍ରିର ବିଜ୍ଞାପନ ଲକ୍ଷ୍ମୀକାନ୍ତ ଓଝା ନାମକ ଜଣେ ୟୁଜର୍ସ ଆଇଡିରେ ସେୟାର କରାଯାଇଛି । ଏହାକୁ ନେଇ ଏବେ ଯାଂଚ ଆରମ୍ଭ ହୋଇଛି । ବାରଣାସୀ ଏସଏସପି ଅମିତ କୁମାର ପାଠକ କହିଛନ୍ତି କି ଏଭଳି ସୂଚନା ମିଳିବା ପରେ ତୁରନ୍ତ ଓଏଲଏକ୍ସ ସାଇଟରୁ ଏହି ବିଜ୍ଞାପନ ହଟାଇ ଦିଆଯାଇଛି ଓ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ଓଏଲଏକ୍ସ ରେ ଦିଆଯାଇଥିବା ଏହି ବିଜ୍ଞାପନ ସଂଖ୍ୟା ଆଇଡି : ୧୬୧୨୩୪୬୪୯୨ ସେ ସୂଚନା ଦିଆଯାଇଥିଲା । ଯେଉଁଥିରେ କି ଘରର ପ୍ରକାର । ଘର ଭିତରେ ଥିବା କୋଠରୀ ବାବଦରେ ସମ୍ପୁର୍ଣ୍ଣ ସୂଚନା ଦିଆଯାଇଥିଲା । ଯେଉଁଥିରେ ୪ ଟି ବେଡରୁମ୍ ସାଥିରେ ବାଥରୁମ୍, ସମ୍ପୁର୍ଣ୍ଣ ପ୍ରସ୍ତୁତି ସରିଥିବା ୨ ଟି ବାରଣ୍ଡା, ସହ ମୋଟ ୬୫୦୦ ବର୍ଗଫୁଟ ଅଞ୍ଚଳ , ଦୋମହଲା କୋଠାରେ ୨ ଟି କାର ପାର୍କିଂ ସ୍ଥଳ, । ଏହା ସହ ଏହି ପ୍ରୋଜେକ୍ଟର ନାମ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବାରଣାସୀ ବୋଲି ଉଲ୍ଲେଖ ରହିଥିଲା । ଏହି ମାମଲା ସମ୍ନାକୁ ଆସିବା ପରେ ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।