କରୋନା ସ୍ଥିତି ଓ ଟିକାକରଣ ନେଇ ଆଜି ପ୍ରଧାନମନ୍ତ୍ରୀ କରିବେ ଉଚ୍ଚସ୍ତରୀୟ ବୈଠକ

68

କନକ ବ୍ୟୁରୋ : ଭାରତରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଆକ୍ସନ ମୋଡରେ । ଦେଶରେ କରୋନା ସ୍ଥିତି ଓ ଟିକାକରଣକୁ ନେଇ ଆଜି ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ କରିବାକୁ ଯାଉଛନ୍ତି ।

କହିରଖୁ କି ଗୋଟିଏ ଦିନ ପୂର୍ବରୁ ଏକ ଅନଲାଇନ କାର୍ଯ୍ୟକ୍ରମ ମାଧ୍ୟମରେ ସେ କରୋନା ସ୍ଥିତି ନେଇ ଆଲୋଚନା କରିଥିଲେ । ଏଥିଷର ଗ୍ରାମୀଣ ଭାରତ ବାବଦରେ ସେ କହିଥିଲେ କି ସରକାରଙ୍କର ସମସ୍ତ ବିଭାଗୀୟ କରୋନା ମହାମରୀ ବିରୋଧରେ ଲଢେଇ ଜାରି ରଖିଛି । ପ୍ରଧାନମନ୍ତ୍ରୀ କରୋନା ଭୂତାଣୁକୁ ଏକ ଅଦୃଶ୍ୟ ଶତୃ ବୋଲି କହିଥିଲେ । ଯିଏ ସାରା ବିଶ୍ୱ ଆଗରେ ଏକ ନିଜର ଶକ୍ତି ପ୍ରଦର୍ଶନ କରୁଛି ବୋଲି ସେ କହିଥିଲେ । ଦେଶର ପ୍ରଧାନମନ୍ତ୍ରୀ ଭାବେ ସେ ଦେଶବାସୀଙ୍କର ଦୁଖ ଅନୁଭବ କରିପାରୁଛନ୍ତି ବୋଲି କହିବା ସହ ଆତ୍ମ ବିଶ୍ୱାସର ସହ ଏହି ବିପଦ ବିରୋଧୀ ଲଢେଇରେ ଆମେ ଜିତିବା ବୋଲି ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ।

ଅନ୍ୟପଟେ ଦେଶରେ କୋଣ ଅନୁକୋଳରେ ଭ୍ୟାକ୍ସିନ, ଅକ୍ସିଜେନ ଓ କୋଭିଡ ଔଷଧର ଅଭାବକୁ ନେଇ ବିରୋଧୀ ବି ସରକାରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ବିରୋଧୀଦଳର ନେତା ମାନେ ମୋଦି ସରକାର କୋଭିଡ ପରିଚାଳନାରେ ବିଫଳ ହୋଇଛନ୍ତି ବୋଲି କହିବା ସହ ମୋଦିଙ୍କ ଇସ୍ତଫା ଦାବି କରିଛନ୍ତି । ଏନେଇ ମୁଖ୍ୟ ୧୨ ଟି ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏହି ଚିଠିରେ କରୋନାର ତୃତୀୟ ଲହର ପୂର୍ବରୁ ସରକାର ଟିକାକରଣ ଶେଷ କରିବା ସହ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଅନୁରୋଧ କରାଯାଇଥିଲା ।