କନକ ବ୍ୟୁରୋ: ୧୦୭ତମ ମନ ନି ବାତରେ ମୁମ୍ବାଇ ଆକ୍ରମଣ କଥା ମନେ ପକାଇଲେ ପ୍ରଧାନମନ୍ତ୍ରୀ । ୨୬/୧୧ ଆକ୍ରମଣରେ ବଳିଦାନ ଦେଇଥିବା ଶହିଦ ଯବାନଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି । ଆତଙ୍କବାଦୀମାନଙ୍କ ଏହି ଜଘନ୍ୟ ନରସଂହାର ଏକ କଳା ଇତିହାସ, ଆତଙ୍କୀ ଆକ୍ରମଣର ଜବାବ ଦେବାକୁ ଯାଇ ଶହୀଦ ହୋଇଥିବା ଯବାନ ମାନଙ୍କ ବଳିଦାନକୁ ଦେଶବାସୀ କେବେ ବି ଭୁଲି ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Advertisment

୧୯୪୯ ମସିହା ଆଜିର ଦିନରେ ସମ୍ବିଧାନ ସଭା ଭାରତୀୟ ସମ୍ବିଧାନକୁ ସୀକୃତୀ ଦେଇଥିଲା । ଏହି ସଭାରେ ମହିଳାଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା । ସମ୍ବିଧାନ ନିର୍ମାତାଙ୍କ ଦୂରଦୃଷ୍ଟିକୁ ଅନୁପାଳନ କରିବାକୁ ଯାଇ ସଂସଦରେ ନାରୀଶକ୍ତି ବନ୍ଧନ ବିଲ୍ ପାସ କରାଯାଇଥିଲା । ସେହିପରି ବିଦେଶରେ ବିବାହ କରୁଥିବା ପରିବାର ମାନଙ୍କୁ ସ୍ୱଦେଶରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ଅପିଲ କରିଛନ୍ତି ମୋଦି । ଲୋକାଲ ଫର ଭୋକାଲ, ସ୍ୱଛ ଭାରତ ଯୋଜନାର ସଫଳତା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ନିଜର ମନ କି ବାତ କାର୍ଯ୍ୟକ୍ରମରେ ଚର୍ଚ୍ଚା କରିଛନ୍ତି ।