କିଛି ସମୟ ମଧ୍ୟରେ କରୋନା ସ୍ଥିତି ନେଇ ଜରୁରୀ ବୈଠକ କରିବେ ପ୍ରଧାନମନ୍ତ୍ରୀ  । କରିପାରନ୍ତି ବଡ ଘୋଷଣା

994

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣ, ସଂକ୍ରମିତଙ୍କ ମୃତ୍ୟୁ, ମେଡିକାଲରେ ବେଡ, ଅକ୍ସିଜେନ ଓ ଔଷଧର ଅଭାବ କୁ ନଜରରେ ରଖି ପ୍ରଧାନମନ୍ତ୍ରୀ କିଛି ବଡ ଘୋଷଣା କରିପାରନ୍ତି । ଏନେଇ ସେ କିଛି ସମୟ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଅନ୍ୟପଟେ କରୋନା ସଂକ୍ରମଣକୁ ରୋକିବାକୁ ବିଭିନ୍ନ ରାଜ୍ୟ ଓ ସଂଗଠନ ମାନେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିବାକୁ ଦାବି କରୁଥିବା ବେଳେ ଏହି ବୈଠକରେ ଏହା ଉପରେ ବିଚାର କରିପାରନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ କୁହାଯାଉଛି ଯେ ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଭର୍ଚୁଆଲ ମାଧ୍ୟରେ ଯୋଗଦେଇ ପାରନ୍ତି ।
କହିରଖୁ କି ଦେଶରେ ମାତ୍ର ୪ ଦିନ ମଧ୍ୟରେ ୧୦ ଲକ୍ଷ ଲୋକ କରୋନା ସଂକ୍ରମଣରେ ଶିକାର ହୋଇଛନ୍ତି । ଅନ୍ୟପଟେ ଦୈନିକ ମୃତ୍ୟୁ ସଂଖ୍ୟା ଦେଢ ହଜାର ପାର କରୁଛି । ଏହାସହ ଏତେ ସଂଖ୍ୟାରେ ସଂକ୍ରମିତଙ୍କୁ ଚିକିତ୍ସା ଯୋଗାଇ ଦେବାରେ ବିଭିନ୍ନ ରାଜ୍ୟ ସରକାରମାନେ ବିଫଳ ହେଉଥିବା ବେଳେ ଏହି ବୈଠକରେ ପ୍ରଧାନମନ୍ତ୍ରୀ କିଛି ବଡ ନିଷ୍ପତ୍ତି ନେଇ ପାରନ୍ତି ।