କରୋନା ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ । କହିଲେ ୨ ଟି ଯାକ ଟିକା ପ୍ରଭାବଶାଳୀ । ଟିକାକରଣ ବେଳେ କରୋନାଯୋଦ୍ଧାଙ୍କୁ ଦିଅ ଅଗ୍ରାଧିକାର

152

କନକ ବ୍ୟୁରୋ : ଭାରତରେ ୧୬ ଜାନୁଆରୀ ଠାରୁ କରୋନା ମାହାମାରୀ ପାଇଁ ଟିକାକରଣ ଆରମ୍ଭ କରାଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏନେଇ ସବୁ ରାଜ୍ୟ ସରକାରଙ୍କ ପ୍ରକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଟିକାକରଣ ନେଇ କିଭଳି ପ୍ରସ୍ତୁତି ଚାଲିଛି ତାହା ଉପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଛନ୍ତି କି ସର୍ବପ୍ରଥମେ ଆଗଧାଡିର କରୋନା ଯୋଦ୍ଧା ମାନଙ୍କୁ କିଭଳି ଟିକା ଦିଆଯାଇ ପାରିବ ସେନେଇ ଗୁରୁତ୍ୱ ଦିଅନ୍ତୁ । ସେ ଆହୁରି କହିଛନ୍ତି କି କରୋନା ବିରୋଧ ଲଢେଇରେ ଆମେ ନିର୍ଣ୍ଣାୟକ ସ୍ଥରରେ ପହଂଚିଛୁ । ଏହାସହ ବିଶ୍ୱର ସବୁଠାରୁ ବୃହତ ଟିକାକରଣ କରିବାକୁ ଭାରତ ପ୍ରସ୍ତୁତ ହୋଇଛି । ଭାରତ ଯେଉଁ ଦୁଇଟି ଟିକାକୁ ମଞ୍ଜୁରୀ ଦେଇଛନ୍ତି ତାହା ଭାରତରେ ତିଆରି ହୋଇଛି । ଭାରତର ସ୍ଥିତିକୁ ଲକ୍ଷ କରି ଏହି ଦୁଇଟି ଟିକାକୁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମଞ୍ଜୁରୀ ମିଳିଥିବା ୨ ଟି ଭ୍ୟାକସିନ୍ ବ୍ୟତିତ ଅନ୍ୟ ୪ ଟି ଭ୍ୟାକସିନ ଏବେ ଟ୍ରଏଲ ସ୍ତରରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଆମର ବୈଜ୍ଞାନିକ ମାନେ କିଭଳି ସୁରକ୍ଷିତ ଟିକା ଲୋକମାନଙ୍କୁ ଦିଆଯାଇ ପାରିବ ତାହାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମାନଙ୍କୁ ଭରଶା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି କି ପ୍ରଥମ ପର୍ଯ୍ୟାୟରେ କରୋନାଯୁଦ୍ଧରେ ଆଗଧାଡିର କାମ କରୁଥିବା ସଫାଇ କର୍ମଚାରୀ, ସାଧାରଣ କର୍ମଚାରୀ ଓ ରକ୍ଷା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଟିକା ପ୍ରଦାନ କରାଯିବ । ସେ କହିଛନ୍ତି କି ପୁରା ଦେଶରେ ସ୍ୱାସ୍ଥ୍ୟ କର୍ମୀଙ୍କ ସଂଖ୍ୟା ୩ କୋଟି । ପ୍ରଥମ ପର୍ଯ୍ୟାୟରେ ଏହି ୩ କୋଟି ଲୋକଙ୍କୁ ଟିକା ଦିଆଯିବ । ଏହି ଟିକାକରଣ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେବ ତାହା କେନ୍ଦ୍ର ସରକାର ବହନ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଟିକା ନେବା ପରେ ଯଦି କୌଣସି ଲୋକ ପାଖରେ ପାଶ୍ୱ ପ୍ରତିକ୍ରିୟା ଦେଖାଯାଏ ତାହେଲେ ସେନେଇ କେନ୍ଦ୍ର ସରକାର ପ୍ରସ୍ତୁତ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଭରଶା ଦେଇଛନ୍ତି ।

କହିରଖୁ କି ଡ୍ରଗ୍ସ କଣ୍ଟ୍ରୋଲ ଜେନରଲ ଅଫ୍ ଇଣ୍ଡିଆ (ଡିସିଜିଆଇ) କିଛିଦିନ ପୂର୍ବରୁ ଦେଶରେ ପ୍ରସ୍ତୁତ ହୋଇଥିବା ୨ ଟି ଭ୍ୟାକସିନକୁ ଜରୁରୀ କାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହାପରେ କେନ୍ଦ୍ରସରକାରଙ୍କ ପକ୍ଷରୁ ଟିକାକରଣର ପାକ୍ ପ୍ରସ୍ତୁତି ସବୁ ରାଜ୍ୟରେ ଶେଷ କରାଯାଇଛି । ୧୬ ତାରିଖ ଦିନ ଟିକା କରଣ ଆରମ୍ଭ ହେବ । ଏହି ଟିକା କରଣ କାର୍ଯ୍ୟରେ ଦେଶର ୧୯ କେନ୍ଦ୍ରିୟ ମନ୍ତ୍ରଣାଳୟର କର୍ମଚାରୀ ମାନେ ନିୟୋଜିତ ହେବେ ।