ଅଯୋଧ୍ୟାରେ ରାମ ମନ୍ଦିରର ଭୂମିପୂଜନ ପାଇଁ ପ୍ରସ୍ତୁତି ଜୋରଦାର: ଝଲସୁଛି ରାମଙ୍କ ନଗରୀ; ଆଜି ସମୀକ୍ଷା କରିବେ ଯୋଗୀ ଆଦିତ୍ୟନାଥ

୫ ତାରିଖରେ ଭୂମିପଜାରେ ସାମିଲ ହେବେ ନରେନ୍ଦ୍ର ମୋଦି

229

କନକ ବ୍ୟୁରୋ: ଆସନ୍ତା ୫ ତାରିଖ ବୁଧବାର ଦିନ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ପାଇଁ ଭୂମିପୂଜନ ହେବ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏବେ ଠାରୁ ସୁନ୍ଦର ଭାବେ ସଜେଇ ହୋଇଗଲାଣି ଅଯୋଧ୍ୟା ନଗରୀ । ସୁନ୍ଦର ଆଲୋକମାଳା ସହ ଝଲସୁଛି ରାମଙ୍କ ନଗରୀ । ରାମମନ୍ଦିର ଭୂମିପୂଜନର ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଗସ୍ତ କରିବେ । ଏଠାରେ ସେ ୩ ଘଂଟା ରହିବେ ।

ଅଯୋଧ୍ୟାରେ ସେ ରାମଜନ୍ମଭୂମି ପରିସର ନିକଟରେ ଥିବା ମାନସ ଭବନରେ ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିବେ । ଏଠାରେ ସେ ତିଆରି ହେଉଥିବା ପେଣ୍ଡାଲ, ରାସ୍ତା ଓ କୋଭିଡ୍ ପ୍ରୋଟକଲ ଅନୁସାରେ ଚାଲିିଥିବା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ । ଏହା ସହ ଆଦିତ୍ୟନାଥ ଅଯୋଧ୍ୟ ନଗର ପରିକ୍ରମା କରିବା ସହ ସରଜୁ ନଦୀ କୂଳକୁ ଯିବେ । ଅଯୋଧ୍ୟାରେ ୫ ଅଗଷ୍ଟରେ ଭୂମିପୂଜା ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରାୟ ୨ ଶହ ଲୋକ ସାମିଲ ହେବେ ।

ଅଯୋଧ୍ୟାକୁ ମିଳିବ ଭବ୍ୟ ରାମମନ୍ଦିର । ଆସନ୍ତା ୫ ତାରିଖରେ ହେବ ଭୂମିପୂଜନ । ପ୍ରଧାନମନ୍ତ୍ରୀ ମୋଦି ଏହି ଭୂମିପୂଜନରେ ଯୋଗ ଦେବେ । ଅଯୋଧ୍ୟାରେ ଏହି ଅବସରରେ ଭବ୍ୟ ଆୟୋଜନ ହେବ । ଐତିହାସିକ ଭୂମି ପୂଜନ ଉତ୍ସବରେ ଯୋଗ ଦେବାକୁ ତିଆରି ହୋଇଛି ୨୦୮ ଅତିଥିଙ୍କ ତାଲିକା । ଆଜି କିପରି ରହିଛି ପ୍ରସ୍ତୁତି କାମ ତଦାରଖ କରିବାକୁ ଅଯୋଧ୍ୟା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।