ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ । ‘ଜାତୀୟ ଅଭିବୃଦ୍ଧିରେ ରହିଛି ଓଡିଶାର ଯୋଗଦାନ’

140

କନକ ବ୍ୟୁରୋ : ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓଡିଆ ପୁଅ ଡକ୍ଟର ପ୍ରମୋଦ କୁମାର ମିଶ୍ର । ମୋଦିଙ୍କ ପ୍ରମୁଖ ସଚିବ ମାନେ ଖୁବ ପ୍ରଭାବଶାଳୀ । ଆଉ ପି.କେ ମିଶ୍ର ଯେେତେବେଳେ ସମ୍ବଲପୁର ଆସିବେ , ଚର୍ଚ୍ଚା ହେବା ସ୍ୱାଭାବିକ । ଡକ୍ଟର ପି.କେ. ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଓଡିଶା ଇକୋନିମିକ୍ ଆସୋସିଏସନ ପକ୍ଷରୁ ଆୟୋଜିତ ୫୬ ତମ ବାର୍ଷିକ ସମ୍ମିଳନୀରେ ହୋଇଛନ୍ତି ମୁଖ୍ୟ ଅତିଥି । ସେ କହିଛନ୍ତି, ଜାତୀୟ ଅଭିବୃଦ୍ଧି ହାରରେ ଓଡିଶାର ଯୋଗଦାନ ରହିଛି । ପୂର୍ବ ଭାରତର ବି ଯୋଗଦାନ ଅଛି । ଦୁଇଦିନ ଧରି ଚାଲିବାକୁ ଥିବା ସମ୍ମିଳନୀରେ ପାଖପାଖି ୩୦୦ ପ୍ରତିନିଧି ସାମିଲ ହୋଇଛନ୍ତି ।

ସମ୍ବଲପୁରରେ ଡକ୍ଟର ପି.କେ.ମିଶ୍ରଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଥିଲା । ସମ୍ବଲପୁର ୟୁନଭର୍ସିଟି ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲଜି ବା ସୁଇଟର ୧୪ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଥିଲେ ପି.କେ ମିଶ୍ର । ସେ କହିଥିଲେ, ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ଅଗ୍ରଗତି ହୋଇଛି । ସାଇବର ସୁରକ୍ଷା ଓ ଅନ୍ୟ କ୍ଷେତ୍ର ଏବେ ଚ୍ୟାଲେଜିଂ ରହିଛି । ଛାତ୍ରଛାତ୍ରୀ ଏ ଦିଗରେ ଅଧିକ ଧ୍ୟାନ ଦେବା ଦରକାର ।

ଡକ୍ଟର ପ୍ରମୋଦ କୁମାର ମିଶ୍ର ୨୦୧୯ ମସିହାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଅଛନ୍ତି । କୁହାଯାଏ
-ନରେନ୍ଦ୍ର ମୋଦୀଙ୍କ ଅତି ବିଶ୍ୱସ୍ତ ହେଉଛନ୍ତି ପି.କେ.ମିଶ୍ର
-ପ୍ରମୁଖ ନିଷ୍ପତ୍ତିରେ ତାଙ୍କର ବି ପ୍ରମୁଖ ଭୂମିକା ରହିଥାଏା
-ସମ୍ବଲପୁର ବିଶ୍ୱବିଦ୍ୟାଳୟର ସେ ଛାତ୍ର ଥିଲେ
-୧୯୭୨ ମସିହାରୁ ଗୁଜରାଟ କ୍ୟାଡରର ଆଇଏଏସ ଅଫିସର ହେଉଛନ୍ତି ପି.କେ ମିଶ୍ର