ରାଜ୍ୟସଭାରେ ବିଦାୟୀ ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କଲେ ପ୍ରଶଂସା । କହିଲେ, ଦେଶ ପ୍ରତି ତାଙ୍କ ଅବଦାନ ସ୍ମରଣୀୟ ।

107

କନକ ବ୍ୟୁରୋ: ରାଜ୍ୟସଭାର ବିଦାୟୀ ସାଂସଦଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟସଭାରେ କାର୍ଯ୍ୟକାଳ ସରୁଥିବା ୫୬ ଜଣ ସାଂସଦଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଛନ୍ତି । ନିଜ ଅଭିଭାଷଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଶଂସା କରିଛନ୍ତି ନରେନ୍ଦ୍ର ମୋଦୀ । ମନମୋହନ ସିଂହଙ୍କ ଦେଶ ପାଇଁ ମାର୍ଗଦର୍ଶନ ଓ ଯୋଗଦାନ ସବୁବେଳେ ମନେ ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଯେବେବି ଗଣତନ୍ତ୍ରର ଚର୍ଚ୍ଚା ହେବ, ସେତେବେଳେ ତାଙ୍କ ନାଁ ବି ଚର୍ଚ୍ଚା ହେବ, ତାଙ୍କ ଯୋଗଦାନ ଉପରେ ଚର୍ଚ୍ଚା କରାଯିବ ବୋଲି ରାଜ୍ୟସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ । କାର୍ଯ୍ୟକାଳ ସରୁଥିବା ୫୬ ଜଣ ସାଂସଦଙ୍କ ମଧ୍ୟରେ ମନମୋହନ ସିଂହ ମଧ୍ୟ ରହିଛନ୍ତି ।