ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ । କହିଲେ, କୋଟି କୋଟି ଭାରତୀୟଙ୍କୁ ଏକତା ସୁତ୍ରରେ ବାନ୍ଧିଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

101

କନକ ବ୍ୟୁରୋ : ଚଳିତ ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ରାମ ମନ୍ଦିର, ନାରୀଶକ୍ତି, ପଦ୍ମ ପୁରସ୍କାର ଏବଂ ଗଣତନ୍ତ୍ର ସମ୍ପର୍କରେ ଦେଶବାସୀଙ୍କ ସହ ଆଲୋଚନା କରିଛନ୍ତି ପିଏମ ମୋଦି । କୋଟି କୋଟି ଭାରତୀୟଙ୍କୁ ଏକାଠି କରିପାରିଛି ଅଯୋଧ୍ୟାର ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ସେହିପରି ଗଣତନ୍ତ୍ର ଦିବସ ପରେଡରେ ନାରୀଶକ୍ତିର ପ୍ରତିଫଳନ ଦେଖିବାକୁ ମିଳିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଭାରତୀୟ ଗଣତନ୍ତ୍ର ଦିନକୁ ଦିନ ଆହୁରି ମଜବୁତ ହେଉଛି ବୋଲି କହିବା ସହ ପଦ୍ମ ପୁରସ୍କାରର ସ୍ୱରୁପ ବଦଳିବାରେ ଲାଗିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପଦ୍ମ ପୁରସ୍କାର ବର୍ତମାନ ଲୋକଙ୍କ ପଦ୍ମ ହୋଇପାରିଛି ବୋଲି ସେ କହିଛନ୍ତି ।