ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସରକାରଙ୍କୁ ଘେରିଲା ବିଜେପି : ଯୋଗ୍ୟ ଗରିବ ହିତାଧିକାରୀଙ୍କୁ ବାସଗୃହ ପ୍ରଦାନ ଦାବିରେ ଭୁବନେଶ୍ୱର ବ୍ଲକ ଅଫିସ ଘେରାଉ

153

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମହାଦୁର୍ନୀତି ଏବଂ ଯୋଗ୍ୟ ଗରିବ ହିତାଧିକାରୀମାନଙ୍କୁ ବାସଗୃହ ପ୍ରଦାନ ଦାବିରେ ଭୁବନେଶ୍ୱର ବ୍ଲକ ଅଫିସ ଘେରାଉ କରିଛି ବିଜେପି । ପାନ୍ଥ ନିବାସ ସମ୍ମୁଖରୁ ଏହି ରାଲି ଆରମ୍ଭ ହୋଇ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବ । ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପ୍ରସଙ୍ଗରେ ବିଜେପି ପ୍ରେସମିଟ୍ କରି ଅଭିଯୋଗ ଆଣିଥିଲା । ଜିଓ ଟ୍ୟାଙ୍ଗିଙ୍ଗ ହୋଇପାରୁନି ଓ ଫନି ପ୍ରଭାବିତ ହୋଇନଥିବା ଜିଲ୍ଲା ପାଇ ଆବାସ ଘର ମାଗିଥିଲେ ମୁଖ୍ୟମନ୍ତ୍ରୀ । ଏହି ଚିଠିକୁ ଏକ ହାସ୍ୟାସ୍ପଦ ଚିଠି ବୋଲି କହିଛି ବିଜେପି ।