ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର ଅଭିଯୋଗ : ନିଲମ୍ବିତ ହେଲେ ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ

233

କନକ ବ୍ୟୁରୋ : ଦୁର୍ନୀତି ଅଭିଯୋଗରେ ଦୁଇଟି ପଞ୍ଚାୟତର ପିଇଓଙ୍କୁ ଯାଜପୁର ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର ଅଭିଯୋଗରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର କଏଣା ରଘୁନାଥପୁର ପଞ୍ଚାୟତର ପିଇଓ କୃଷ୍ଣ ଚନ୍ଦ୍ର ମହଲା ନିଲମ୍ବିତ ହୋଇଛନ୍ତି ।

ସେହିପରି ବଡଚଣା ବ୍ଲକ ମଝିପଡା ପଞ୍ଚାୟତର ପିଇଓ ପ୍ରଶାନ୍ତ କୁମାରେ ଜେନା ବିନା ଅନମୋଦନରେ ପବ୍ଲିକ ଫଣ୍ଡରୁ ଟଙ୍କା ଉଠାଇ ନିଲମ୍ବିତ ହୋଇଛନ୍ତି । ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ କଏଣା ରଘୁନାଥପୁର ରେ ପ୍ରଧାନମନ୍ତ୍ରୀ ଆବାସା ଯୋଜନାର ଟଙ୍କା ହଡପ ଅଭିଯୋଗ ହୋଇଥିଲା । ଏ ନେଇ ହିତାଧିକାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିଲା । ତଦନ୍ତ ସରିବା ପରେ ଜିଲ୍ଲାପାଳ କଏଣା ରଘୁନାଥପୁର ପିଇଓ କୃଷ୍ଣଚନ୍ଦ୍ର ମହଲାଙ୍କୁ ନିଲମ୍ବିତ କରିଛନ୍ତି ।