କେବଳ ଆପଣ ଏକୁଟିଆ ନୁହଁନ୍ତି ପ୍ରଧାନମନ୍ତ୍ରୀ ମୋଦି ବି ହୁଅନ୍ତି କଲ୍ ଡ୍ରପ୍ ସମସ୍ୟାର ସମ୍ମୁଖୀନ । ଜାଣନ୍ତୁ କେମିତି କାଢ଼ିଲେ ସମାଧାନର ବାଟ

କେବଳ ଆପଣ ଏକୁଟିଆ ନୁହଁନ୍ତି ପ୍ରଧାନମନ୍ତ୍ରୀ ମୋଦି ବି ହୁଅନ୍ତି କଲ୍ ଡ୍ରପ୍ ସମସ୍ୟାର ସମ୍ମୁଖୀନ । ଜାଣନ୍ତୁ କେମିତି କାଢ଼ିଲେ ସମାଧାନର ବାଟ

source : YouTube

ଅନେକ ସମୟରେ ଫୋନ୍ ରେ କଥା ହେବା ବେଳେ କଲ୍ ଡ୍ରପ୍ ହୋଇଯାଏ । ଆପଣଙ୍କୁ ଲାଗୁଛି କି ଏହି ସମସ୍ୟା କେବଳ ଆପଣଙ୍କ ସହିତ ଅଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ସମସ୍ୟାରୁ ତ୍ରାହି ପାଇ ନାହାଁନ୍ତି । ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିମାନ ବନ୍ଦରରୁ ନିଜର ଆବାସିକ କାର୍ଯ୍ୟାଳୟକୁ ଯିବା ବାଟରେ ତାଙ୍କର କଲ୍ ଡ୍ରପ୍ ହୋଇଯାଇଥିଲା । ଏଥିପାଇଁ ସେ ଦୂରସଂଚାର ବିଭାଗକୁ ନିର୍ଦ୍ଦେଶ ଦେଇ କହିଛନ୍ତି କି, ଏ ସମସ୍ୟାର ସମାଧାନ ପାଇଁ କିଛି ବୈଷୟିକ ସମାଧାନ ବାହାର କରନ୍ତୁ ଏବଂ ମୋବାଇଲ୍ ଅପରେଟରମାନେ ଗ୍ରାହକମାନଙ୍କୁ ଉଚ୍ଚମାନର ସେବା ପ୍ରଦାନ କରନ୍ତୁ । ବୈଠକ ସମୟରେ ପିଏମ୍ ମୋଦି ଟେଲିକମ୍ ସଚିବଙ୍କୁ କୁହାଗଲା କି ଟେଲିକମ୍ ଅପରେଟରଙ୍କ ଉପରେ କେତେ ଜରିମାନା ଲଗାଇବାର ଆବଶ୍ୟକତା ଅଛି ।

ପ୍ରଧାନମନ୍ତ୍ରୀଙ୍କର ଏହି ମନ୍ତବ୍ୟ ଶୀର୍ଷସ୍ତରୀୟ ସଚିବମାନଙ୍କ ସହ ତାଙ୍କର ମାସିକ ୱେବ୍-ଭିତ୍ତିକ ଭାବ ଆଦାନପ୍ରଦାନ ‘ପ୍ରଗତି’ ସମୟରେ ଜଣାପଡ଼ିଛି। ଟେଲିକମ୍ ସଚିବ ସୁନ୍ଦରରାଜନ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ଗ୍ରାହକମାନେ କରିଥିବା କଲ୍ ଡ୍ରପ୍ ଏବଂ ଅନ୍ୟାନ୍ୟ ଅଭିଯୋଗ ସବୁ ସେୟାର୍ କରିବା ପରେ ଏ କଥା ଉଠିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଦିଲ୍ଲୀ ଏୟାରପୋର୍ଟ ପହଂଚିବା କ୍ଷଣି ଲୋକେ କେମିତି ବାରମ୍ବାର କଲ୍ କରୁଛନ୍ତି ଏବଂ ଦେଶ ବ୍ୟାପୀ ଏବେ କଲ୍ ଡ୍ରପ୍ ଗୋଟାଏ ସମସ୍ୟା ହେଲାଣି। ମୋଦି କହିଲେ କି, ପୀଡିତ ଉପଭୋକ୍ତାଙ୍କ ଅସୁବିଧାର ସମାଧାନ କରିବା ବହୁତ ଜରୁରୀ ଅଟେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe