କନ୍ୟାକୁମାରୀରେ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ । ନିର୍ବାଚନ ପ୍ରଚାର ଶେଷ ପରେ ଦୁଇଦିନିଆ ଆଧ୍ୟାତ୍ମିକ ଅବସର ନେବେ ମୋଦୀ ।

Advertisment
କନ୍ୟାକୁମାରୀରେ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ । ନିର୍ବାଚନ ପ୍ରଚାର ଶେଷ ପରେ ଦୁଇଦିନିଆ ଆଧ୍ୟାତ୍ମିକ ଅବସର ନେବେ ମୋଦୀ ।

କନକ ବ୍ୟୁରୋ: ୧୮ତମ ଲୋକସଭାର ୭ମ ପର୍ୟ୍ୟାୟ ମତଦାନ ନିମନ୍ତେ ପ୍ରଚାର କାର୍ୟ୍ୟ ଶେଷ‌ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟାକୁମାରୀରେ ଦୁଇଦିନିଆ ଆଧ୍ୟାତ୍ମିକ ଅବସର ନେବେ। ସେଠାର ଧ୍ୟାନମଣ୍ଡପରେ ସେ ମଇ ୩୦ରୁ ଜୁନ୍‌ ୧ ତାରିଖ ଯାଏଁ ଧ୍ୟାନସ୍ଥ ହେବେ। ୭ମ ପର୍ୟ୍ୟାୟ ମତଦାନ ଜୁନ୍‌ ୧ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ମଇ ୩୦ ତାରିଖରେ ପ୍ରଚାର ଶେଷ ହେବ। ଏହି ଦିନ ପ୍ରଧାନମନ୍ତ୍ରୀ ମୋଦୀ କନ୍ୟାକୁମାରୀରେ ପହଞ୍ଚିବେ। ଯେଉଁଠାରେ ଏକଦା ବିବେକାନନ୍ଦ ଧ୍ୟାନସ୍ଥ ହୋଇ ଆଧ୍ୟାତ୍ମିକ ଚେତନା ପ୍ରାପ୍ତ କରିଥିଲେ ସେହି ବିବେକାନନ୍ଦ ସ୍ମାରକୀ ସ୍ଥଳଠାରେ ପ୍ରଧାନମନ୍ତ୍ରୀ ଦୁଇଦିନ ଧ୍ୟାନସ୍ଥ ହେବେ।

ସୂଚନା ମୁତାବକ,ଏହା ପୂର୍ବରୁ ୨୦୧୪ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଶିବାଜୀ ମହାରାଜଙ୍କ ପ୍ରତାପଗଡ଼ ଦୁର୍ଗରେ ଧ୍ୟାନସ୍ଥ ହୋଇଥିଲେ। ୨୦୧୯ରେ ନିର୍ବାଚନ ପ୍ରଚାର ଶେଷ ହେବା ପରେ କେଦାରନାଥରେ ଧ୍ୟାନସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe