ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଜାଣନ୍ତୁ କେବେ ମଳିବ ୧୪ତମ କିସ୍ତି ?

Advertisment
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଜାଣନ୍ତୁ କେବେ ମଳିବ ୧୪ତମ କିସ୍ତି ?

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୪ ତମ କିସ୍ତି ଜାରି କରିବେ । ପ୍ରଧାନମନ୍ତ୍ରୀ ଦୁଇ ଦିବସୀୟ ଯାତ୍ରାକ୍ରମରେ ଜୁଲାଇ ୨୭ ତାରିଖରେ ରାଜସ୍ଥାନ ଓ ୨୮ ତାରିଖରେ ଗୁଜରାଟରେ ରହିବେ । ଆସନ୍ତା କାଲି ରାଜସ୍ଥାନର ସୀକର ଠାରେ ଆୟୋଜିତ ଏକ ସଭାରେ ଦେଶର ୮.୫ କୋଟି କୃଷକଙ୍କୁ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର ୧୪ ତମ କିସ୍ତି ଆବଣ୍ଟନ କରିବେ । ଏହି କ୍ରମରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ପାଖାପାଖି ୧୭ ହଜାର କୋଟି ଟଙ୍କା ପ୍ରଦାନ କରିବେ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି । ଏହି କ୍ରମରେ ଯୋଗ୍ୟ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ପଠାଯିବ ।

ସେପଟେ ରାଜସ୍ଥାନରେ ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବର ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ବୋଲି ଅନୁମାନ କରାଯାଉଛି । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ନିଧୀ ଯୋଜନାର ୧୪ ତମ କିସ୍ତି ଆବଣ୍ଟିତ କରିବାକୁ ରାଜସ୍ଥାନକୁ ଚୟନ କରିଛନ୍ତି । ଏହାସହ ରାଜସ୍ଥାନରେ ସ୍ୱାସ୍ଥ୍ୟସେବାର ସୂଧାର ଆଣିବାକୁ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ୫ ଟି ମେଡିକାଲ କଲେଜର ଉଦଘାଟନ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe