ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ନିର୍ବାଚନୀ ମୁଦ୍ଦାରେ ଦୁର୍ଗାପୂଜା ମହୋତ୍ସବ । ପ୍ରଧାନମନ୍ତ୍ରୀ କରିବେ ଦୁର୍ଗାପୂଜା ପଣ୍ଡାଲର ଉଦଘାଟନ

ଦୁର୍ଗାପୂଜା ପ୍ୟାଣ୍ଡେଲର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

272

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ପାଖା ପାଖି ଆହୁରି ୧ ବର୍ଷ ବାକି ରହିଛି । ହେଲେ ଏବେ ଠାରୁ ସେଠାରେ ନିର୍ବାଚନର ମାହୋଲ ଦେଖିବାକୁ ମିଳିଲାଣି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗାଦିଚ୍ୟୁତ୍ କରିବାକୁ ବିଜେପିର ବରିଷ୍ଠ ନେତା ମାନେ ଏବେଠାରୁ କୋଲକତାରେ ଡେରା ପକାଇଲେଣି । ଏହା ସହ କୋଲକତା ଲୋକଙ୍କ ଭବନା ସହ ଜଡିତ ଦୁର୍ଗାପୂଜାକୁ ନିର୍ବାଚନୀ ମୁଦ୍ଦା ଭାବେ ବିଜେପି ପରିଗଣିତ କରିଛି । ଆସନ୍ତା ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ଏକ ଦୁର୍ଗାପୂଜନା ପଣ୍ଡାଲକୁ ସମ୍ବୋଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଥିବା ପ୍ରକାଶ ପାଇଛି । ଭର୍ଚୁଆଲ ସଭା ମାଧ୍ୟମରେ ପ୍ରଧାନମନ୍ତ୍ରୀ କୋଲକତାର ଲୋକମାନଙ୍କୁ ସମ୍ବୋଦ୍ଧିତ କରିବେ ।
ଆସନ୍ତା ବର୍ଷ କୋଲକତାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଜେପି ପାଇଁ ବହୁତ ମହତ୍ୱପୂର୍ଣ୍ଣ । ବିଜେପି ଏଥିପାଇଁ ବହୁ ପୂର୍ବରୁ ଯୋଜନା ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । କାରଣ ଦୀର୍ଘଦିନ ହେବ ବିଜେପି କୋଲକତା ରାଜନୀତିରେ ନିଜର ଅସ୍ଥିତ୍ୱ ଖୋଜୁଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ କିଛିଟା ସଫଳ ହୋଇଛି । ତେଣୁ ଏହି ଦୁର୍ଗାପୂଜାରେ ବିଜେପି କୋଲକତାବାସୀଙ୍କୁ ନିଜ ତରଫରୁ କିଛି ସନ୍ଦେସ ଦେବାକୁ ଚାହୁଁଛି ।
୨୨ ଅକ୍ଟୋବରକୁ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ପୂର୍ବରୁ ୧୯ ଅକ୍ଟୋବର ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସିଲିଗୁଡି ଗସ୍ତ କାର୍ଯ୍ୟକ୍ରମ ରହିଛି । କହିରଖୁ କି ଗତବର୍ଷ ଦୁର୍ଗାପୂଜା ବେଳେ ଅମିତ ଶାହା ବହୁ ବାଦ ବିବାଦ ମଧ୍ୟରେ ସଲ୍ଟଲେକ୍ ଠାରେ ଏକ ପୂଜା ପଣ୍ଡାଲର ଉଦଘାଟନ କରିଥିଲେ ।
କହିରଖୁ କି ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୦ ଜିଲ୍ଲାର ୬୯ ଟି ପୂଜା ପଣ୍ଡାଲର ଉଦଘାଟନ କରିସାରିଛନ୍ତି ।