ଆଜି ଦେଶକୁ ମିଳିବ ପ୍ରଥମ ସ୍ୱଦେଶୀ ଆଟାକ ହେଲିକପ୍ଟର : ଭୂମିରୁ ଆକାଶ ଯାଏଁ ଟାର୍ଗେଟକୁ କରିପାରିବ ଧ୍ୱଂସ

୧୫ରୁ ୧୬ ହଜାର ଫୁଟ ଉଚ୍ଚତା ଯାଏଁ ଉଡ଼ାଣ ଭରିବାର କ୍ଷମତା; ସିଆଚିନ୍ ଗ୍ଲାସିଅରରେ ମଧ୍ୟ ଦେଖାଇବ ତାକତ୍

226

କନକ ବ୍ୟୁରୋ : ଆଜିର ଦିନ ଭାରତୀୟ ସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଭାରତୟ ବାୟୁସେନାକୁ ମିଳିବ ପ୍ରଥମ ସ୍ୱଦେଶୀ ଆଟାକ ହେଲିକପ୍ଟର । ସବୁଠାରୁ ଖାସ ଓ ଗର୍ବ କରିବାର କଥା ହେଲା, ଏହା ବିଦେଶରୁ ଅଣାଯାଇନାହିଁ , ବରଂ ଦେଶରେ ତିଆରି ହୋଇଛି । ଏହି ଲାଇଟ କମ୍ବେଟ ହେଲିକପ୍ଟର, ଏଲସିଏଚକୁ ହିନ୍ଦୁସ୍ତାନ ଏରୋନେଟିକସ ଲିମିଟେଡ, ହାଲ ପ୍ରସ୍ତୁତ କରିଛି ।

ଉତପ୍ରଦେଶରେ ଝାନସିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ହେଲିକପ୍ଟରକୁ ବାୟୁସେନାକୁ ହସ୍ତାନ୍ତର କରିବେ । ୧୯୯୯ରେ କାରଗିଲ ଯୁଦ୍ଧ ସମୟରେ ଏଭଳି ହେଲିକପ୍ଟରର ଆବଶ୍ୟକତା ଥିଲା । କାରଣ, ଦେଶର ଶତ୍ରୁ ହଜାରେ ଫିଟ ଉଚରେ ଉପସ୍ଥିତ ଥିଲା । ଏହି ପ୍ରୋଜେକ୍ଟକୁ ୨୦୦୬ରେ ଅନୁମତି ମିଳିଥିଲା ଓ ୧୩ ବର୍ଷର କଠିନ ପରିଶ୍ରମ ପରେ ଦେଶକୁ ମିଳିଛି ସ୍ୱଦେଶୀ ଆଟାକ ହେଲିକପ୍ଟର । କୁହାଯାଉଛି, ଆମେରିକାର ଆଡଭାନ୍ସ ଆଟାକ ହେଲିକପ୍ଟର ଆପାଚେଠାରୁ ଆହୁରି ଶକ୍ତିଶାଳୀ

ଏହି ହେଲକପ୍ଟରର ବିଶେଷତ୍ୱ କ’ଣ ?
-୧୫ରୁ ୧୬ ହଜାର ଫୁଟ ଉଚ୍ଚତା ଯାଏଁ ଉଡାଣ ଭରିବାର କ୍ଷମତା
-ଏକମାତ୍ର ହେଲିକପ୍ଟର ଯାହା ଦୁନିଆର ସବୁଠାରୁ ଉଚ୍ଚତମ ଯୁଦ୍ଧକ୍ଷେତ୍ର ସୀଆଚେନରେ ଉଡାଣ ଭରିପାରିବ
– ଅତି ଉଚରେ ଟେକଅପ ଓ ଲ୍ୟାଣ୍ଡ କରିବା ସହ ଶତ୍ରୁକୁ ଟାର୍ଗେଟ କରିବାର କ୍ଷମତା
– ମାଇନସ ୫୦ ଡିଗ୍ରୀ ସେଲସିୟସ ଓ ମରୁଭୂମିରେ ୫୦ ଡିଗ୍ରୀ ତାପମାତ୍ରାରେ ବି କାମ କରିପାରିବ ହେଲିକପ୍ଟର
-ହେଲିକପ୍ଟରରେ ଆକାଶରୁ ଆକାଶ ଓ ସ୍ଥଳଭାଗରୁ ଲକ୍ଷ୍ୟଭେଦ କଲାଭଳି ମିସାଇଲ ରହିଛି
– ସ୍ୱଦେଶୀ ଆଟାକ ହେଲିକପ୍ଟରକୁ ତିଆରି କରିବାକୁ ଲାଗିଛି ୧୩ ବର୍ଷ
-ହେଲିକପ୍ଟରରେ ୨୦ ଏମଏମ ବନ୍ଧୁକ, ୭୦ ଏମଏମ ରକେଟ ଅଛି
-ଉଭୟ ସ୍ଥଳଭାଗ ଓ ଆକାଶରେ ଏହି ହେଲିକପ୍ଟର ଟାର୍ଗେଟକୁ ଖୋଜି ବର୍ବାଦ କରିବାର କ୍ଷମତା ରଖିଥାଏ
-ଏହି ହେଲିକପ୍ଟର ଯେକୌଣସି ପାଣିପାଗରେ ବି କାମ କରିପାରିବ
-ହେଲିକପ୍ଟରର ଓଜନ ୬ ଟନ ଓ ଖର୍ଚ୍ଚ ହୋଇଛି ୧୫୦ କୋଟି
-ହେଲିକପ୍ଟର ଉପରେ ଗୁଳିବର୍ଷଣ କଲେ କିଛି ଫରକ ପଡିବ ନାହିଁ
-ନ୍ୟୁକ୍ଲିୟର, ବାଇଲୋଜିକାଲ ଓ କେମିକାଲ ଆକ୍ରମଣ ସମ୍ପର୍କରେ ବି ଆଲର୍ଟ କରିପାରିବାର କ୍ଷମତା
-ଶତ୍ରୁରର ରାଡାରରେ ହଠାତ ଆସିପାରିବ ନାହିଁ ହେଲିକପ୍ଟର
-ଶତ୍ରୁର ମିସାଇଲକୁ ଚକମା ଦେବାର କ୍ଷମତା