କନକ ବ୍ୟୁରୋ : ଦେଶରେ କରୋନା ସ୍ଥିତି ଉଦବେଗଜନକ ରହିଥିବାବେଳେ ଆଜି କେନ୍ଦ୍ରମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଦନ ୧୧ଟାରେ ବସୁଛି କେନ୍ଦ୍ର ମନ୍ତ୍ରୀପରିଷଦ ବୈଠକ । କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ପରେ ଏହା ପ୍ରଥମ ମନ୍ତ୍ରୀପରିଷଦ ବୈଠକ ।

ମେ ପହିଲାରୁ ଦେଶରେ ସାବାଳକମାନଙ୍କ ଟିକାକରଣ ସହ ବିଭିନ୍ନ ଭାଗରେ ଅକ୍ସିଜେନ ଯୋଗଣକୁ ନେଇ ସମସ୍ୟା ଦେଖାଦେଇଛି । ତେଣୁ ଅନୁମାନ କରାଯାଉଛି ଏସବୁ ସମସ୍ୟା ନେଇ ମନ୍ତ୍ରୀପରିଷଦ ବୈଠକରେ ବିସ୍ତୃତ ଆଲୋଚନା ହେବ । କୋଭିଡ୍ ମୁକାବିଲା ନେଇ ସରକାରଙ୍କ ବିଫଳତାକୁ ଦାୟୀ କରି ପ୍ରାୟ ୬ଟି ରାଜ୍ୟ ହାଇକୋର୍ଟରେ ବିଭିନ୍ନ ମାମଲା ରହିଛି । ସେହିପରି ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ କଣ ଜାତୀୟ ନୀତି ରହିଛି ଜଣାଇବାକୁ କେନ୍ଦ୍ରକୁ କହିଥିଲେ ।

ତେଣୁ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ କେନ୍ଦ୍ର ସରାକ କରୋନା ମୁକାବିଲା ନେଇ କିଛି ଠୋସ ରଣନୀତି ବନାଇ ପାରନ୍ତି । ଏ ଦିଗରେ କେନ୍ଦ୍ର ମନ୍ତ୍ରୀମାନଙ୍କ କଣ ଭୂମିକା ରହିବ ତାହା ଏହି ବୈଠକରେ ସ୍ଥିର ହୋଇପାରେ । ସୁପ୍ରିମକୋର୍ଟରେ ୨୦୧ ପୃଷ୍ଠାର ଏକ ସତ୍ୟପାଠ ଦାଖଲ କରି ଦେଶରେ ହସ୍ପିଟାଲଗୁଡିକୁ ଅକ୍ସିଜେନ ଯୋଗାଣ ଉପରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିରୀକ୍ଷଣ କରୁଥିବା କହିଛନ୍ତି ସରକାର ।