କନକ ବ୍ୟୁରୋ: ଆଜି ଇସ୍ରୋର ବହୁ ପ୍ରତୀକ୍ଷିତ ଗଗନଯାନ ମିଶନ ପାଇଁ ତାଲିମ ନେଉଥିବା ୪ ପାଇଲଟଙ୍କ ନାମ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେରଳର ବିକ୍ରମ ସାରାଭାଇ ସ୍ପେଶ ସେଂଟର ପରିଦର୍ଶନ କରିବା ସହ ଗଗନଯାନ ମିଶନ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିବେ ପିଏମ ମୋଦି । ଏଥି ସହିତ ଇସ୍ରୋର ୩ଟି ନୂଆ ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି ।

Advertisment

କେରଳ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ପ୍ରଥମେ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ପହଞ୍ଚି ଗଗନଯାନ ମିଶନ ପାଇଁ ତାଲିମ ନେଉଥିବା ୪ପାଇଲଟଙ୍କ ନାମ ଘୋଷଣା କରିବେ । ଏହି ୪ଜଣ ପାଇଲଟ ରୁଷରୁ ସ୍ୱତନ୍ତ୍ର ତାଲିମ ନେଇ ଫେରିଥିବା ବେଳେ ଗଗନଯାନ ମିଶନରେ ନିୟୋଜିତ ରହିଛନ୍ତି । ଚଳିତ ବର୍ଷ ଶେଷ ଆଡ଼କୁ ଇସ୍ରୋ ଏହି ୪ଜଣ ପ୍ରଶିକ୍ଷିତ ପାଇଲଟଙ୍କୁ ଗଗନଯାନରେ ମହାକାଶ ପଠାଇବାକୁ ଲକ୍ଷ୍ୟ ରଖିଛି ।