କନକ ବ୍ୟୁରୋ: କନ୍ଧମାଳ ସଙ୍କଳ୍ପ ସମାବେଶରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି, ‘ ୨୬ ବର୍ଷର୍ ତଳେ ଆଜିର ଦିନରେ ଅଟଳବିହାରୀ ବାଜପେୟୀଙ୍କ ଶାସନ ସମୟରେ ପୋଖରାନରେ ପରମାଣୁ ବୋମା ପରୀକ୍ଷଣ କରାଗଲା । ଯାହା ବିଶ୍ୱର ବିଭିନ୍ନ ଦେଶରେ ରହୁଥିବା ଭାରତୀୟଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏବଂ ସାରା ବିଶ୍ୱରେ ଭାରତ ସ୍ୱତନ୍ତ୍ର ସ୍ଥ୍ାନ ପାଇଥିଲା । ବିଶ୍ୱରେ ଭାରତ ନିଜ ସାମର୍ଥ୍ୟର ପରିଚୟ ଦେଇଥିଲା । କିନ୍ତୁ ଦୁର୍ଭାଗ୍ୟ, ଆଜିକା ଦିନରେ କଂଗ୍ରେସ ଭାରତକୁ ଡରାଉଛି । କଂଗ୍ରେସ ନେତା କହୁଛନ୍ତି, ପାକିସ୍ତାନକୁ ଡର, ତା ପାଖରେ ପରମାଣୁ ବୋମା ଅଛି, ପାକିସ୍ତାନକୁ ସମ୍ମାନ ଦିଅ । ସେମାନେ ବୋଧହୁଏ ଜାଣିନାହାଁନ୍ତି, ପାକିସ୍ତାନ ପାଖରେ ଯାହା ବି ପରମାଣୁ ବୋମା ଅଛି ତାକୁ ସେ ନିଜେ ରଖିପାରୁନି କି କାହାକୁ ବିକି ପାରୁନି । କାରଣ ସେ ବୋମା କ୍ୱାଲିଟି ଉପରେ କୌଣସି ଦେଶର ବିଶ୍ୱାସ ନାହିଁ । ଦୁର୍ଭାଗ୍ୟର ବିଷୟ ଏଭଳି ଏକ ଆତଙ୍କବାଦୀ ପ୍ରେମୀ ଦେଶ ସହ କଂଗ୍ରେସ ବସି ବୈଠକ କରୁଛି । କଂଗ୍ରେସର ଏଭଳି ମାରକ ମନୋଭାବ ଯୋଗୁଁ ଜାମ୍ମୁକାଶ୍ମୀରବାସୀ ଦୀର୍ଘ ୬୦ ବର୍ଷ ଧରି ଆତଙ୍କବାଦକୁ ସହିଆସୁଛନ୍ତି । ସେଠାରେ ଆତଙ୍କବାଦ ବିରୋଧରେ ପଦକ୍ଷେପ ନେବା ବଦଳରେ ଓଲଟି ଆତଙ୍କବାଦୀକୁ ପ୍ରେତ୍ସାହନ ଦେଉଛି’ ।
ମୋଦୀ ଆହୁରି ମଧ୍ୟ କହିଛନ୍ତି, ‘ ୨୦୧୪, ୨୦୧୯ରେ କଂଗ୍ରେସର ଦେଶବାସୀଙ୍କ ଆଗରେ ଯେଉଁ ସ୍କ୍ରିପ୍ଟ ପଢୁଥିଲା ୨୦୨୪ରେ ମଧ୍ୟ ସେହି ସ୍କ୍ରପ୍ଟ ପଢୁଛି । ଭାରତବାସୀ କଂଗ୍ରେସର ସତ କ’ଣ ଜାଣିସାରିଲାଣି । କଂଗ୍ରେସ ଏଭଳି ମନୋଭାବ ଯୋଗୁଁ ଏଥର ନିର୍ବାଚନରେ କଂଗ୍ରେସ ୫୦ ଆସନ ବି ଜିତିପାରିବନି । ୨୦୨୪ରେ କଂଗ୍ରେସ ବିରୋଧୀ ଦଳ ବି ରହିପାରିବିନି । ଏଥର ବିଜେପି ସବୁ ରେକର୍ଡ ଭାଙ୍ଗି ପୁଣି ଶାସନକୁ ଆସିବ’ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋଦୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/24-9.jpg)