କନକ ବ୍ୟୁରୋ : ମଣିପୁରରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଯବାନ ଓ ମୃତ୍ୟୁବରଣ କରିଥିବା ସମସ୍ତ ଲୋକଙ୍କ ପରିବାର ପ୍ରତି ପ୍ରଧାନମନ୍ତ୍ରୀ ସମବେଦନା ଜ୍ଞାପନ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ଦେଶରେ ବଢୁଥିବା ଆତଙ୍କବାଦ କାର୍ଯ୍ୟକଳାପକୁ ଆଉ ବରଦାସ୍ତ କରାଯିବ ନାହିଁ । ଏହାସହ ମୃତକଙ୍କ ପାଇଁ ଶୋକ ବ୍ୟକ୍ତ କରିବା ସହ ସେମାନଙ୍କ ପରିବାରକୁ ଧର୍ଯ୍ୟ ରଖିବାକୁ ଶାନ୍ତ୍ୱନା ଦେଇଛନ୍ତି । ଏହାସହ ରକ୍ଷାମନ୍ତ୍ରୀ ରାଜନାଥ ସିଂ ବି ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ଖୁବଶୀଘ୍ର ପିପିଲ୍ସ ଲିବରେସନ ଆର୍ମି ଭଳି ଆତଙ୍କୀ ସଂଗଠନକୁ ସମାପ୍ତ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
କହିରଖୁ କି ଶନିବାର ସକାଳ ୧୦ ଟା ବେଳେ ମଣିପୁର ଆସାମ ରାଇଫଲର କମାଣ୍ଡିଙ୍ଗ ଅଫିସର ଓ ତାଙ୍କ ପରିବାର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । । ସେଖନ-ବୋହିଅଙ୍ଗ ପୋଲିସ ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଥିଲା । ୪୬ ଆସାମ ରାଇଫଲର କମାଣ୍ଡିଙ୍ଗ ଅଫିସର ନିଜ ପରିବାର ସହିତ ଯାଉଥିବା ବେଳେ ଉଗ୍ରବାଦୀମାନେ ତାଙ୍କ ଗାଡି ଉପରକୁ ହଠାତ ଆକ୍ରମଣ କରିଥିଲେ । ସୂଚନା ମୁତାବକ ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ସେମାନଙ୍କ ପରିବାରର ୨ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି ।
Strongly condemn the attack on the Assam Rifles convoy in Manipur. I pay homage to those soldiers and family members who have been martyred today. Their sacrifice will never be forgotten. My thoughts are with the bereaved families in this hour of sadness: PM Narendra Modi pic.twitter.com/tXJNsec3M7
— ANI (@ANI) November 13, 2021
ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ଏହି ଘଟଣାକୁ କଡା ନିନ୍ଦା କରିଛନ୍ତି । ଏହାସହ ଏଭଳି ଘୃର୍ଣ୍ଣ୍ୟ କାମ କରିଥିବା ଆତଙ୍କବାଦୀଙ୍କୁ ଛଡାଯିବ ନାହିଁ ବୋଲି ସେ କହିଛନ୍ତି । କହିରଖୁ କି ମଣିପୁରରେ ଏବେ ବି ସକ୍ରିୟ ରହିଛନ୍ତି ଆତଙ୍କୀ ସଂଗଠନ ପିପୁଲ୍ସ ଲିବରେସନ ଆର୍ମିର ସଦସ୍ୟମାନେ । ୧୯୭୮ ରେ ଗଠନ ହୋଇଥିବା ଏହି ସଂଗଠନକୁ କେନ୍ଦ୍ର ସରକାର ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛନ୍ତି । ମଣିପୁରର ଏହି ଆତଙ୍କୀ ସଂଗଠନ ସବୁବେଳେ ସୁଯୋଗ ଦେଖି ଭାରତୀୟ ସେନା ଉପରେ ଆକ୍ରମଣ କରିଥାଏ ।