କନକ ବ୍ୟୁରୋ : ଭୁବନେଶ୍ୱର ରେଲବାଇ ଅଡିଟୋରିୟମ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ବା ପିଏମଶ୍ରୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାର ପିଏମଶ୍ରୀ ଯୋଜନା ପାଇଁ ଏମଓୟୁ କରିନଥିବାରୁ ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ଏହି ଯୋଜନାର ଆରମ୍ଭ ହୋଇଛି । ଜାତୀୟ ଶିକ୍ଷା ନୀତି ଆଧାରରେ ପିଏମଶ୍ରୀ ସ୍କୁଲରେ ନବସୃଜନ ଆଧାରିତ ନୂତନ ପ୍ରଯୁକ୍ତି ବିଦ୍ୟା, ସ୍ମାର୍ଟ କ୍ଲାସରୁମ, କ୍ରୀଡା ସହ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବ । ଦେଶର କେତେକ ରାଜ୍ୟରେ ପିଏମଶ୍ରୀ ଯୋଜନା ଲାଗୁ ହୋଇସାରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜନୈତିକ ସ୍ୱାର୍ଥକୁ ଆଖିରେ ରଖି ଓଡିଶାର ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଓଡିଶାରେ ପିଏମଶ୍ରୀ ଲାଗୁ କରିବା ପାଇଁ ଏମଓୟୁ ସ୍ୱାକ୍ଷର କରୁନାହାନ୍ତି ରାଜ୍ୟ ସରକାର । ଏହାକୁ ନେଇ ରାଜନୈତିକ ବୟାନବାଜି ତେଜବାରେ ଲାଗିିଛି । କୁହାଯାଉଛି ରାଜ୍ୟରେ ଚାଲିଥିବା ଫାଇଭ-ଟି ସ୍କୁଲ ରୁପାନ୍ତର ସହ ପିଏମଶ୍ରୀ ଯୋଜନାରେ ସମାନ ସୁବିଧା ରହିଛି ।
ଦେଶରେ ୧୪ହଜାର ୫ଶହ ପିଏମଶ୍ରୀ ସ୍କୁଲ ପ୍ରତିଷ୍ଠା ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ପ୍ରତିଟି ବ୍ଲକର ଦୁଇଟି ବିଦ୍ୟାଳୟକୁ ସାମିଲ କରାଯିବା ଯୋଜନା ରହିଛି । ଯେହେତୁ ଓଡିଶାରେ ଲାଗୁ ହୋଇନାହିଁ ତେଣୁ ରାଜ୍ୟରେ ଥିବା ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟରେ ପିଏମଶ୍ରୀ ଆରମ୍ଭ ହୋଇଛି ।