ଦେଶରେ ବଦଳିବ ବିଦ୍ୟାଳୟଗୁଡିକର ଛବି । ପିଏମ୍ ଶ୍ରୀ ଯୋଜନାରେ ୧୪ ହଜାର ୫ ଶହରୁ ଅଧିକ ସ୍କୁଲର ହେବ ରୂପାନ୍ତରଣ ।

Advertisment
ଦେଶରେ ବଦଳିବ ବିଦ୍ୟାଳୟଗୁଡିକର ଛବି । ପିଏମ୍ ଶ୍ରୀ ଯୋଜନାରେ ୧୪ ହଜାର ୫ ଶହରୁ ଅଧିକ ସ୍କୁଲର ହେବ ରୂପାନ୍ତରଣ ।

କନକ ବ୍ୟୁରୋ: ଦେଶରେ ବଦଳିବ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟ ଗୁଡିକର ଛବି । ଆଜି ଏହାକୁ ଉଦଘାଟନ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧାର୍ମନ୍ଦ୍ର ପ୍ରଧାନ । ଜୁଲାଇ ୨୯, ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପ୍ରଗତି ମଇଦାନରେ ସର୍ବଭାରତୀୟ ଶିକ୍ଷା ସମାଗମକୁ ଉଦ୍ ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ଯୋଜନାର ପ୍ରଥମ ପର୍ଯ୍ୟାୟ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୧୨ଟି ଭାରତୀୟ ଭାଷାର ୧୦୦ଟି ପୁସ୍ତକ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ଯୋଜନାର ପ୍ରଥମ ପର୍ଯ୍ୟାୟ ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ/ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏବଂ ନବୋଦୟ ବିଦ୍ୟାଳୟ ସମିତିର ୬୨୦୭ଟି ବିଦ୍ୟାଳୟକୁ ୬୩୦ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ଯୋଜନା ଭାରତ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ (ରାଇଜିଂ ଇଣ୍ଡିଆ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ) ଯୋଜନାରେ ସାରା ଦେଶରେ ପ୍ରାୟ ୧୪,୫୦୦ ବିଦ୍ୟାଳୟର ଉନ୍ନତି କରଣ କରାଯିବ । ଭାରତ ସରକାରଙ୍କ ଏହି ଯୋଜନାର ସିଧାସଳଖ ଲାଭ ଦେଶର ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପାଇବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe