୨୩ ପୂର୍ବରୁ ପ୍ରଧାନମନ୍ତ୍ରୀ ସିଟକୁ ନେଇ ବୟାନବାଜି ! କାଲି ସୂର୍ଯ୍ୟ ବାଢିଥିଲେ ଦମ୍ଭୋକ୍ତି, ଆଜି ସୁରଙ୍କ ବୟାନ ଆଣିଲା ରାଜନୀତିରେ ନୂଆ ଟ୍ୱିଷ୍ଟ୍

251

କନକ ବ୍ୟୁରୋ: ୨୩ ପରୀକ୍ଷା ଫଳ ପୂର୍ବରୁ ଟେନସନ୍ ଦେଉଛି ପ୍ରଧାନମନ୍ତ୍ରୀ ସିଟ୍ । ପୁଣି ପାଞ୍ଚ ବର୍ଷ ପାଇଁ ଏହି ଆସନରେ କିଏ ବସିବ? ଆଉ କାହା ହାତରେ ଜନତା ଜନାର୍ଦ୍ଦାନ ପୁଣି ୧ ହଜାର ୮୨୫ ଦିନ ପାଇଁ ଦେଶର କ୍ଷମତା ଡ଼ୋରୀ ଦେବେ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ହେଲେ ଏତିକି ବେଳେ ପ୍ରଧାନମନ୍ତ୍ରୀ ସିଟ୍ ପାଇଁ ରାଜ୍ୟରୁ କେନ୍ଦ୍ର ସବୁଠି ଚାଲିଛି ଗୋଟିଚାଳନା । କିଏ ଏହି ସିଟ୍ ପାଇଁ ଫିଟ୍ ନେତା ବାଢୁଛନ୍ତି ଦମ୍ଭୋକ୍ତି ଆଉ ଯାହାକୁ ନେଇ ଏବେ ରାଜ୍ୟରୁ କେନ୍ଦ୍ର ସବୁଠି ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି ।

ଘଟଣାଟି ଏପରିକି ଗତାକାଲି ରାଜ୍ୟ ବିଜେଡି ଉପସଭାପତି ତଥା ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଧାନମନ୍ତ୍ରୀ ସିଟ୍ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ ବୋଲି କହିବା ପରେ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ତେବେ ସୂର୍ଯ୍ୟଙ୍କ ବୟାନଙ୍କୁ ନେଇ କଂଗ୍ରେସର ହେଭିୱେଟ୍ ନେତା ସୁର ରାଉତରାୟ ମଧ୍ୟ କଟାକ୍ଷ କରିଛନ୍ତି । କହିଛନ୍ତି କି, କେବଳ ନବୀନ ବାବୁ କାହିଁକି ଖୋଦ୍ ସୂର୍ଯ୍ୟ ପାତ୍ର ମଧ୍ୟ ପ୍ରଧାନମନ୍ତ୍ରୀ ସିଟ୍ ପାଇଁ ପୁରା ଫିଟ୍ ଅଛନ୍ତି । କାରଣ ସୂର୍ଯ୍ୟ ବାବୁ ଜଣେ ଜ୍ଞାନୀ ଏବଂ ଶିକ୍ଷିତ ରାଜନେତା, ତାଙ୍କର ରାଜନୀତି କ୍ଷେତ୍ରରେ ଅନେକ ଦିନ ଧରି ଅଭିଜ୍ଞତା ରହିଛି ତେଣୁ ସେ ମଧ୍ୟ ପ୍ରଧାନମନ୍ତ୍ରୀ ସିଟ୍ ପାଇଁ ଯୋଗ୍ୟ କାହିଁକି ନୁହନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ ।

ସେହିପରି କେବଳ ସୂର୍ଯ୍ୟ ବାବୁ କି ନବୀନ ବାବୁ କାହିଁକି ଆମ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରଧାମନ୍ତ୍ରୀ ସିଟ୍ ପାଇଁ ଏକଦମ୍ ଫିଟ୍ ଅଛନ୍ତି । ସବୁଠାରୁ ବଡ଼କଥା ହେଲା କି, ସମସ୍ତ ବିରୋଧୀ ଦଳକୁ ଏକାଠି କରିବା କ୍ଷେତ୍ରରେ ସୋନିଆ ଗାନ୍ଧୀଙ୍କ ପ୍ରସ୍ତାବ ସବୁଠାରୁ ଉତ୍ତମ ଚିନ୍ତାଧାରା । ଯଦି ନବୀନ ବାବୁଙ୍କୁ ପ୍ରଧାମନ୍ତ୍ରୀ କରିବା ପାଇଁ ରାହୁଲ ଗାନ୍ଧୀ ଆହ୍ୱାନ ଦେବେ ତାକୁ କଂଗ୍ରେସର ସମସ୍ତ ନେତା ସ୍ୱାଗତ ଜଣାଇବେ ବୋଲି କହିଛନ୍ତି ସୁର । କାରଣ ଯେତେ ନୂଆ ଆସିବେ ସେତେ ଦେଶପାଇଁ ଭଲ ହେବ ।