କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ୨୦ ଦିନରେ ପହଞ୍ଚିଥିବା ବେଳେ ଆନ୍ଦୋଳନକାରୀଙ୍କୁ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ  । ଗୁଜୁରାଟ ଗସ୍ତ ସମୟରେ କୃଷି ଆଇନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ  । ସେ ଏଥିରେ ବିପକ୍ଷ ଦଳକୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ଯେ, ସରକାର କୃଷି ଆଇନକୁ ନେଇ ସମସ୍ତଙ୍କ ସନ୍ଦେହ ଦୂର କରିବା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ବିରୋଧୀ କୃଷକଙ୍କ ମନରେ ଭୁଲ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି  । ଆନ୍ଦୋଳନକାରୀ ଚାଷୀଙ୍କୁ ମିଛସତ କହି ବିରୋଧୀ ଡ଼ରେଇବା ଉଦ୍ୟମ ଚଳାଇଥିବା ମୋଦୀ ଅଭିଯୋଗ କରିଛନ୍ତି । କୃଷି ଓ କୃଷକଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ  ।

Advertisment

୧୯ ଦିନରେ ପହଂଚିଥିବା ଚାଷୀ ଆନ୍ଦୋଳନ ଆଗକୁ କେଉଁ ମୋଡ, କିଏ କାହା କଥା ମାନିବ, ଆଇନ ରହିବ ନା ପ୍ରତ୍ୟାହାର ହେବ, ଏବେ ଏସବୁ ପ୍ରଶ୍ନର ଉତର ପାଇବା ମୁସ୍କିଲ । କାରଣ ଉଭୟ ସରକାର ଓ ଚାଷୀ ନିଜ ନିଜ ଜିଦ୍ରେ ଅଟଳ । ସେପଟେ ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ ମୁହଁ ଖୋଲି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି, ଚାଷୀଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ ।

୧୪ ତାରିଖରେ ଉପବାସ ଆନ୍ଦୋଳନ କରିବା ପରେ ଆଜି ଚାଷୀ ସଂଗଠନ ଗୁଡିକ ପୁଣି କହିଛନ୍ତି, ଯେ କୌଣସି ପରିସ୍ଥିତିରେ ବି ହେଉ, ଆଇନ୍ ପ୍ରତ୍ୟାହାର ନହେଲେ ଆନ୍ଦୋଳନ ବନ୍ଦ ହେବ ନାହିଁ । ସେପଟେ ସରକାର କହୁଛନ୍ତି, ଆଇନ୍ର ପ୍ରତ୍ୟେକ ଧାରା ଉପରେ ଚାଷୀଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।

ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପାଇଁ ମୋଦି ସରକାର ତୁଙ୍ଗ ନେତାଙ୍କୁ ନିୟୋଜିତ କରିଛନ୍ତି । କୃଷିମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରତିରକ୍ଷା ଓ ଗୃହମନ୍ତ୍ରୀ ଅମିତ ଶାହା ଯାଏଁ ସମସ୍ତେ, ଚାଷୀଙ୍କୁ କେମିିତି ବୁଝାଯିବ ସେନେଇ ଉଦ୍ୟମ କରୁଛନ୍ତି ।  ଅନ୍ୟପଟେ ମୋଦିଙ୍କ ବୟାନ ଇସାରା କରୁଛି ଯେ ସରକାର ଆଇନ୍ ପ୍ରତ୍ୟାହାର କରିବା ମୁଡରେ ନାହାନ୍ତି । ସେପଟେ ଆନ୍ଦୋଳନକାରୀ ବି ନିଜ ଜିଦରେ ଅଟଳ ।