କନକ ବ୍ୟୁରୋ: ‘ମନ କି ବାତ୍’ର ୧୦୪ ତମ ସଂସ୍କରଣରେ ବୈଜ୍ଞାନିକଙ୍କ ସଫଳତାକୁ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହା ସହ ଭାରତକୁ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇପାରିଥିବା ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ସଲାମ କରିବା ସହ ଏଥିରେ ଯୋଗଦାନ କରିଥିବା ମହିଳା ଶକ୍ତିକୁ ମଧ୍ୟ ପ୍ରଶଂସା କରିଛନ୍ତି । ଆଜିଯାଏଁ ଚନ୍ଦପୃ୍ଷ୍ଠର ଦକ୍ଷିଣରେ ବିଶ୍ୱର କେଉଁ ଦେଶ ପହଞ୍ଚିପାରିନଥିବାବେଳେ ଭାରତ ଏହାକୁ ସମ୍ଭବ କରିପାରିଛି । ଏହା ବାସ୍ତବରେ ରକେଟ ସାଇନ୍ସର ପ୍ରକୃଷ୍ଟ ଉଦାହରଣ ବୋଲି ମୋଦୀ କହିଛନ୍ତି ।

Advertisment

ସେହିପରି, ଏବେ ସଂସ୍କୃତ ଭାଷାର ପ୍ରସାର ପାଇଁ କରାଯାଉଥିବା ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି ଅଗଷ୍ଟ ୩୧ ତାରିଖରେ ହେବାକୁ ଥିବା ‘ବିଶ୍ୱ ସଂସ୍କୃତ ଦିବସ’ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଲେ, ସଂସ୍କୃତ ବିଶ୍ୱର ସର୍ବପୁରାତନ ଭାଷାରୁ ଗୋଟିଏ ବୋଲି ଆମେ ସମସ୍ତେ ଜାଣନ୍ତି। ଏହାକୁ ଅନେକ ଆଧୁନିକ ଭାଷାର ଜନନୀ ବୋଲି କୁହାଯାଏ। ସଂସ୍କୃତ ତା’ର ପ୍ରାଚୀନତା ତଥା ବୈଜ୍ଞାନିକତା ଓ ବ୍ୟାକରଣ ନିମନ୍ତେ ପ୍ରସିଦ୍ଧ।