‘ମନ କି ବାତ୍’ର ୧୧୧ ତମ ସଂସ୍କରଣ: ମା’ଙ୍କ ନାଁରେ ଗଛଟିଏ ଲଗାଇବାକୁ ଅପିଲ କଲେ ମୋଦୀ ; ଭାରତୀୟ ଖେଳାଳିଙ୍କର କଲେ ଭୂୟସୀ ପ୍ରଶଂସା ।

97

କନକ ବ୍ୟୁରୋ: ଆଜି ପ୍ରସାରିତ ହୋଇଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି ବାତ୍’ର ୧୧୧ତମ ସଂସ୍କରଣ । ଏଥିରେ ପ୍ରଧାନମନ୍ତ୍ରୀ ପ୍ରଥମେ ନିଜ ମା’ଙ୍କୁ ମନେପକାଇବା ସହ ଜୀବନରେ ମା’ଙ୍କ ଗୁରୁତକୁ ବଖାଣିଥିଲେ । ଏହା ସହ ‘ମାଙ୍କ ନାଁରେ ଗଛଟିଏ ଲଗାଇବା’ ଅଭିଯାନର ଆରମ୍ଭ କରିଥିଲେ ।

ଏହାପରେ କେରଳ ଅଟ୍ଟାପଡିର ସ୍ୱତନ୍ତ୍ର ଛତା କଥା କହିଥିଲେ । ଏଠାକାର ଆଦିବାସୀ ମହିଳାମାନେ ଏଠାକୁ ତିଆରି କରୁଛନ୍ତି , ଯାହାକୁ କାର୍ଥେମ୍ବି ଛତା ଭାବେ ଜଣାଯାଏ । ଏହା କେବଳ କେରଲରେ ସୀମିତ ନୁହେଁ ବରଂ ଦେଶ ତଥା ଦେଶ ବାହାରକୁ ମଧ୍ୟ ଏହାର ରପ୍ତାନୀ ହେଲାଣି ।

ଏହାପରେ ଜୁଲାଇରେ ପ୍ୟାରିସରେ ହେବାକୁ ଥିବା ସମର ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ଖେଳାଳିଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ମୋଦୀ । ପୂର୍ବ ଥର ଅପେକ୍ଷା ଏଥର ଭାରତୀୟ ଖେଳାଳିମାନେ ସବୁ ବର୍ଗରେ ଉଚ୍ଚକୋଟୀର ପ୍ରଦର୍ଶନ କରିବେ । ଏହାସହ କିଛି ନୂଆ ଇଭେଣ୍ଟରେ ମଧ୍ୟ ପ୍ରଥମ ଥର ପାଇଁ ଭାରତୀୟ ଖୋଳାଳିଙ୍କୁ ଦେଖିବାକୁ ମିଳିବ । ତେଣୁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ମୋଦୀ । ଏହାସହ ଭାରତ-କୁଏତ୍ ରେଡିଓ ପ୍ରସାରଣ କଥା ମଧ୍ୟ କହିଥିଲେ ।