କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ବିଦେଶୀ ଅତିଥି, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଅନ୍ୟ ବିଶିଷ୍ଟ ଅତିଥିଙ୍କ ଆଗମନକୁ ଦେଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଠି ଦିଲ୍ଲୀ ପୁଲିସ ଓ ସୁରକ୍ଷାବଳଙ୍କ ୧୦ ହଜାର ଯବାନ ନିଯୁକ୍ତ ଅଛନ୍ତି ।
ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, କେତେକ ମହତ୍ୱପୂର୍ଣ୍ଣ ସ୍ଥାନରେ ରାପିଡ୍ ଆକ୍ସନ ଫୋର୍ସ ନିଯୁକ୍ତ କରାଯାଇଛି । କିଛି ସ୍ଥାନରେ ସାର୍ପ ସୁଟରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ଆଜି ମୋଦି ଶପଥ ଗ୍ରହଣ ପୂର୍ବରୁ ରାଜଘାଟ, ଅଟଳ ବିହାରୀ ବାଜେପୟୀଙ୍କ ସମାଧି ଓ ଜାତୀୟ ଯୁଦ୍ଧ ସ୍ମାରକ ଭବନରେ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ନରେନ୍ଦ୍ର ମୋଦି । ପାଖାପାଖି ୨ହଜାର ଯବାନ ମୋଦି ଓ ବିଦେଶୀ ଅତିଥିଙ୍କ ଆମଗନ ମାର୍ଗରେ ନିଯୁକ୍ତ କରାଯାଇଛି । ମୋଦି ଓ ତାଙ୍କ ମନ୍ତ୍ରୀମଣ୍ଡଳ ସଦସ୍ୟ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ସନ୍ଧ୍ୟା ୭ଟାରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ପାଖାପାଖି ୮ହଜାର ଲୋକ ସାମିଲ ହେବେ । ସମାରୋହର ଗୋଟିଏ ଦିନ ପୂର୍ବରୁ ଏକ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି । ଅପରାହ୍ନ ୪ଟାରୁ ୯ଟା ପର୍ଯ୍ୟନ୍ତ ନୂଆ ଦିଲ୍ଲୀର ଅନେକ ରାସ୍ତା ବନ୍ଦ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/Delhi-Police-Commando-GettyImages-538399594.jpg)
/kanak/media/post_attachments/wp-content/uploads/2019/05/modi-a-300x183.jpg)