କନକ ବ୍ୟୁରୋ: ଓଡିଶା-ଆନ୍ଧ୍ର ସୀମାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାର କଥା ବୁଝିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଆଲମଣ୍ଡା ଓ କାଣ୍ଟକାପାଲିରେ ଘଟିଥିବା ଏହି ଦୁର୍ଘଟଣାର ସ୍ଥିତି ଉପରେ ନଜର ରଖିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ତା ସହିତ ଆହତମାନଙ୍କର ସୁସ୍ଥ ଆରୋଗ୍ୟ କାମନା କରିଛନ୍ତି ମୋଦୀ । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
PM @narendramodi spoke to Railway Minister Shri @AshwiniVaishnaw and took stock of the situation in the wake of the unfortunate train derailment between Alamanda and Kantakapalle section.
Authorities are providing all possible assistance to those affected. The Prime Minister…
— PMO India (@PMOIndia) October 29, 2023
ସୂଚନାଯୋଗ୍ୟ ଯେ, ବିଶାଖାପାଟଣା-ପଲାସାକୁ ଧକ୍କା ଦେଇଛି ବିଶାଖାପଟାଣା-ରାୟଗଡା ଟ୍ରେନ୍ । ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆଲମଣ୍ଡା-କାଣ୍ଟାକାପାଲିରେ ଏହି ଦୁର୍ଘଟଣା ଘଟିଛି । ତେବେ ମିଳିଥିବା ସୂଚନା ମୁତାବକ, ଏହି ଟ୍ରେନ୍ ଦୁର୍ଘଟଣା ପଛରେ ମନୁଷ୍ୟକୃତ ଭୁଲ, ସିଗନାଲ ଓଭରସୁଟିଂ ହିଁ ମୁଖ୍ୟ କାରଣ ବୋଲି ପ୍ରାଥମିକ ଭାବେ ସୂଚନା ଦିଆଯାଇଛି ।
ଏହି ଦୁର୍ଘଟଣାରେ ବିଶାଖାପାଟଣା-ପଲାସାର ଦୁଇଟି ବଗି ସହିତ ବିଶାଖାପାଟଣା-ରାୟଗଡାର ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ତେବେ ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଥିବାବେଳେ, ଲୋକମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।