ଜୁନ୍ ୯ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦୀ! ସନ୍ଧ୍ୟା ୬ଟାରେ ନେବେ ଶପଥ ।

293

କନକ ବ୍ୟୁରୋ : ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦୀ । ରବିବାର ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ଶପଥ ନେବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଜୁନ୍ ୮ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଶପଥ ନେବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ପ୍ରଧାନମନ୍ତ୍ରୀ ଭାବେ ମୋଦୀ କେବେ ଶପଥ ନେବେ ସେନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ମିଳିନାହିଁ ।

ଚଳିତ ନିର୍ବାଚନରେ ବିଜେପି ସବୁଠୁ ବଡ ଦଳ ଭାବେ ଉଭା ହୋଇଛି । ୨୪୦ ଆସନ ହାତେଇଛି ବିଜେପି । ଅନ୍ୟପଟେ ସହଯୋଗୀ ଦଳକୁ ମିଶାଇ ଏନଡିଏ ମ୍ୟାଜିକ ନମ୍ବର ପାର କରୁଛି । ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନ ପରେ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନଡିଏ ସରକାର କରିବ ।