କଲମରେ କମାଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫାଲଗୁନି ଶାହାଙ୍କ ସହ ମିଶି ଲେଖିଥିବା ଗୀତ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ

119

କନକ ବ୍ୟୁରୋ : ସମ୍ମାନଜନକ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲିଖିତ ଗୀତ । ମୋଦୀଙ୍କ ଦ୍ୱାରା ଲିଖିତ ଗୀତଟି “”ଶ୍ରେଷ୍ଠ ଗ୍ଲୋବାଲ ମ୍ୟୁଜିକ୍ ପରଫରମାନ୍ସ”” ବର୍ଗ ପାଇଁ ମନୋନୀତ ହୋଇଛି । ଶୁକ୍ରବାର ଗ୍ରାମୀ ପୁରସ୍କାର ତାଲିକାରେ ‘ଏବଡେନ୍ସ ଇନ୍ ମିଲେଟ୍’ର ନାଁ ସ୍ଥାନ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗୀତର ସଂଳାପ ଲେଖିଥିବା ବେଳେ ତାଙ୍କ ସହ କଣ୍ଠଶିଳ୍ପୀ ଫାଲ୍ଗୁନୀ ଶାହ ଓ ଗୌରବ ଶାହ ମଧ୍ୟ କଣ୍ଠଦାନ ସହ ଗୀତ ଲେଖିଛନ୍ତି । ପ୍ରଥମ ଥର ପାଇଁ କୌଣସି ରାଜନେତା ବିଶ୍ୱର ଅନ୍ୟତମ ସମ୍ମାନଜନକ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଏହି ଗୀତରେ ମାଣ୍ଡିଆ ଚାଷ ଓ ଶସ୍ୟ ଭାବେ ଏହାର ଉପଯୋଗିତା ବିଷୟରେ କୁହାୟାଇଛି । ଦିଲ୍ଲୀରେ ଆୟୋଜିତ କାର୍ୟ୍ୟକ୍ରମରେ ମୋଦୀ କହିଥିଲେ, “ମୁଁ ଖୁସି ଯେ ଯେତେବେଳେ ସାରା ବିଶ୍ୱ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳନ କରୁଛି, ସେତେବେଳେ ଭାରତ ଏହି ଅଭିଯାନର ନେତୃତ୍ୱ ନେଉଛି । କୃଷକ ଏବଂ ନାଗରିକମାନଙ୍କ ପ୍ରୟାସ ଦ୍ୱାରା ‘ଶ୍ରୀଅନ୍ନ’ ଭାରତ ଏବଂ ବିଶ୍ୱର ସମୃଦ୍ଧିରେ ଏକ ନୂତନ ଦିଗ ଯୋଡିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣର ଏହି ଅଂଶକୁ ଗୀତରେ ସାମିଲ କରିଛନ୍ତି ଫାଲଗୁନି ଏବଂ ଗୌରବ ଶାହ । ଅନ୍ୟ ଛଅଟି ଗୀତ ମଧ୍ୟ ଶ୍ରେଷ୍ଠ ଗ୍ଲୋବାଲ ମ୍ୟୁଜିକ୍ ପରଫରମାନ୍ସ ବର୍ଗରେ ମନୋନୀତ ହୋଇଛି ।