ଆଜି ଜାମ୍ମୁ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ : ଧାରା ୩୭୦ ହଟିବା ପରେ ଏହା ହେଉଛି ମୋଦୀଙ୍କ ପ୍ରଥମ ଜାମ୍ମୁ-କାଶ୍ମୀର ଗସ୍ତ
୨୦ ହଜାର କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିବେ ଉଦଘାଟନ, ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି
କନକ ବ୍ୟୁରୋ : ଆତଙ୍କବାଦୀଙ୍କ ଆକ୍ରମଣ ଷଡ଼ଯନ୍ତ୍ର ସତ୍ୱେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ ଗସ୍ତରେ ଯିବେ । ଜାମ୍ମୁ ଏବଂ କାଶ୍ମୀରରୁ ଧାରା ୩୭୦ ହଟିବା ଏବଂ ରାଜ୍ୟ ମାନ୍ୟତା ହରାଇବା ପରେ ଏହା ହେଉଛି ମୋଦିଙ୍କ ପ୍ରଥମ ଜାମ୍ମୁ କାଶ୍ମୀର ଗସ୍ତ । ଜାତୀୟ ପଞ୍ଚାୟତରାଜ ଦିବସ ଉପଲକ୍ଷେ ମୋଦୀ ପାଲ୍ଲି ଗାଁରେ ଏକ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ମୋଦୀଙ୍କ ଗସ୍ତଙ୍କୁ ଭଣ୍ଡୁର କରିବାକୁ ଆତଙ୍କବାଦୀମାନେ କରିଥିବା ଆତଙ୍କବାଦୀ ଯୋଜନାକୁ ସେନା ଓ ପୋଲିସ ବିଫଳ କରିଛି । ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହୀଦ ହୋଇଛନ୍ତି । ପୋଲିସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏସର୍ମ୍ପକରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସେଠାରେ ସେ ଏକ ଦେଶର ଗ୍ରାମ ସଭାକୁ ସମ୍ବୋଧିତ କରିବେ । ଏଥିସହ ସେଠାକାର ବିକାଶ ପାଇଁ ୨୦ ହଜାର କୋଟିର ପ୍ରକଳ୍ପର ଉଦଘାଟନ କରିବା ସହ ଭିତିପ୍ରସ୍ଥର ସ୍ଥାପନ କରିବେ । ଜାମ୍ମୁ ଏବଂ କାଶ୍ମୀର ମଧ୍ୟରେ ଯୋଗାଯୋଗ ପାଇଁ ବାନିହାଲ କ୍ୱାଜିଗୁଣ୍ଡ ଟନେଲର ଉଦଘାଟନ କରିବାକର କାର୍ଯ୍ୟକ୍ରମ ରହିଛି । ଏଥିସହ ୫୦୦ କେଡବ୍ଲ୍ୟୁ ସୋଲାର ପାୱାର ପ୍ଲାଣ୍ଟର ଉଦଘାଟନ କରିବେ ମୋଦୀ । ମୋଦୀଙ୍କ ଗସ୍ତଙ୍କୁ ଭଣ୍ଡୁର କରିବାକୁ ଆତଙ୍କବାଦୀମାନେ ଯୋଜନା କରିଥିବା ନେଇ ଜାମ୍ମୁ ପୋଲିସ ସୂଚନା ଦେଇଛି । ଆତଙ୍କବାଦୀଙ୍କୁ ନେବାରେ ସହଯୋଗ କରିଥିବା ଟ୍ରକ ଚାଳକକୁ ପୋଲିସ ଗିରଫ କରିବା ପରେ ଏସର୍ମ୍ପକେରେ ସୂଚନା ମିଳିଛି ।