ଆଜି ଚଳିତ ବର୍ଷର ପ୍ରଥମ ମନ କି ବାତ । ପୂର୍ବାହ୍ନ ୧୧ଟାରେ କାର୍ଯ୍ୟକ୍ରମ, ଦେଶବାସୀଙ୍କୁ ମନର କଥା କହିବା ସହ ନୂଆ ପରାର୍ମଶ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

53

କନକ ବ୍ୟୁରୋ : ଆଜି ଚଳିତ ବର୍ଷର ପ୍ରଥମ ମନ କି ବାତ, ପୂର୍ବାହ୍ନ ୧୧ଟାରେ କାର୍ଯ୍ୟକ୍ରମ । ୧୦୯ତମ ଏପିସୋଡରେ ଦେଶବାସୀଙ୍କୁ ମନର କଥା କହିବା ସହ ନୂଆ ପରାର୍ମଶ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷର ଏହା ପ୍ରଥମ ମନ କି ବାତ ହୋଇଥିବାରୁ ଦେଶ ବାସୀଙ୍କ ସହ ନୂଆ ଅନୁଭୁତି ବାଂଟିପାରନ୍ତି ପ୍ରଧାନମନ୍ତ୍ରୀ । ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇ ସାରିଥିବା ବେଳେ ଏହା ଉପରେ ମଧ୍ୟ ଦେଶବାସୀଙ୍କ ସହ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ପ୍ରତ୍ୟେକ ମାସର ଶେଷ ରବିବାରରେ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ ବିନିମୟ କରିଥାନ୍ତି ପ୍ରଧାନମନ୍ତ୍ରୀ