ନିର୍ବାଚନ ପାଇଁ ନନଷ୍ଟପ ନରେନ୍ଦ୍ର ମୋଦୀ । ୧୦ ଦିନରେ ୧୨ ରାଜ୍ୟରେ କରିବେ ୨୯ ଜନସଭା ଓ କାର୍ଯ୍ୟକ୍ରମ

125

କନକ ବ୍ୟୁରୋ : ନିର୍ବାଚନ ଯେତେ ପାଖେଇ ଆସୁଛି ଦେଶର ପ୍ରଧାନମନ୍ତ୍ରୀ ପ୍ରଚାର ଉପରେ ସେତେ ଜୋର ଦେଉଛନ୍ତି । ଏହି କ୍ରମରେ ଆଗାମୀ ୧୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ୧୨ଟି ରାଜ୍ୟରେ ୨୯ଟି କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କ୍ରମରେ ମାର୍ଚ୍ଚ ୪ ରୁ ୬ ତାରିଖ ମଧ୍ୟରେ ୫ଟି ରାଜ୍ୟ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ୫ ରାଜ୍ୟ ମଧ୍ୟରେ ରହିଛି ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାର ।

ଓଡ଼ିଶା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ୧୯ ହଜାର ୬ଶହ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ କରିବେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ତେଲ,ଗ୍ୟାସ, ରେଳବାଇ ସଡକ ଓ ପରିବହନ ପ୍ରକଳ୍ପ ।