ତାଲାବନ୍ଦ: କାଲି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ଦେଶରେ କରୋନା ସ୍ଥିତି ନେଇ ଭିଡିଓ ବାର୍ତ୍ତାରେ କ’ଣ କହିବେ ମୋଦି, ତାହା ଉପରେ ନଜର…

1,425

କନକ ବ୍ୟୁରୋ: ଭାରତ କରୁଛି କରୋନା ମୁକାବିଲା । ଦେଶବ୍ୟାପୀ ୨୧ ଦିନିଆ ତାଲାବନ୍ଦ ଜାରି ରହିଥିବାବେଳେ ଆସନ୍ତାକାଲି ପୁଣି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଲି ସକାଳ ୯ଟାରେ କରୋନା ମୁକାବିଲା ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ ବୋଲି ଏ ସଂପର୍କରେ ଟ୍ୱିଟ କରି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ଏକ ଭିଡିଓ ବାର୍ତ୍ତା ଜାରି କରିବେ । କରୋନା ଭାଇରସ ପରିସ୍ଥିତିକୁ ନେଇ ଦେଶ ଏବେ ଲକଡାଉନରେ ଥିବାବେଳେ ଦେଶବାସୀଙ୍କୁ ମୋଦୀ ଏହି ଭିଡିଓ ବାର୍ତ୍ତା ମାଧ୍ୟମରେ କଣ କହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ ।

ଦେଶରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାବେଳେ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ଦିନ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ମୋଦୀଙ୍କ ଭିଡିଓ ବାର୍ତ୍ତା ସଂପର୍କିତ ଘୋଷଣା ସୂଚାଉଛି ଯେ ସେ କୌଣସି ବଡ଼ ଘୋଷଣା କରିପାରନ୍ତି ।

ସବୁଠାରୁ ଗୁରୁତ୍ପୂର୍ଣ୍ଣ କଥା ହେଲା, ଗତ ମାର୍ଚ୍ଚ ୨୪ ତାରିଖରେ ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇ ଲକଡାଉନ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଠିକ ଏହା ପୂର୍ବରୁ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏଥର ଠିକ ସେପରି ହୋଇଥିବାରୁ ଏହି ଭିଡିଓ ବାର୍ତ୍ତାକୁ ଗୁରୁତ୍ୱ ଦିଆଯାଉଛି ।