ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶ ମାର୍ଗରୁ ବାତ୍ୟାର ବିଭତ୍ସ ଚିତ୍ରକୁ ପରଖିବେ, କ୍ଷୟକ୍ଷତି ଆକଳନ ଓ ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ ।

165

କନକ ବ୍ୟୁରୋ: ପ୍ରକୃତିର କରାଳ ପ୍ରକୋପ ବାତ୍ୟା ‘ଫୋନି’ ଆଉଟୁପାଉଟୁ ହେଉଥିବା ପୁରୀ ସହରର ସ୍ଥିତି ପରଖିବା ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶ ମାର୍ଗରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସମୀକ୍ଷା କରିବେ ପ୍ରଧାମନ୍ତ୍ରୀ ମୋଦି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଓଡିଶା ଆସିବା ଆସୁଛନ୍ତି । ଏନେଇ ଗତକାଲି ରାଜ୍ୟ ବିଜେପି ଉପ-ସଭାପତିସମୀର ମହାନ୍ତି ସୂଚନା ଦେଇଛନ୍ତି ।

ସବୁଠାରୁ ବଡ଼କଥା ହେଲା କି ବାତ୍ୟା ଫୋନି ପ୍ରଭାବରେ ଓଡିଶାରେ ଘଟିଥିବା ପ୍ରକୃତିର ତାଣ୍ଡବକୁ ଦେଖିବା ସହ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା ଆକାଶ ମାର୍ଗରୁ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ଦୁଇଦିନ ତଳେ ‘ଫୋନି’ର କରାଳରୂପ କିଭଳି ଓଡ଼ିଶାକୁ ବିପତ୍ତି ଆଣିଛି ଏନେଇ ନିଜ ଅଫିସିଆଲ ଟ୍ୱିଟର ପେଜରେ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବାତ୍ୟା ଫୋନି ଓଡିଶାରେ ଯେଉଁ ପ୍ରଳୟ ରଚିଛି ତାହା ବାବଦରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ମୋଦି । ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରିବାରେ ଦୃଷ୍ଟାନ୍ତମୂଳକ ସାହସ ପ୍ରଦର୍ଶନ କରିଥିବା ଓଡ଼ିଶାର ଭାଇ, ଭଉଣୀମାନଙ୍କୁ କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ସେ ଆଶ୍ବାସନା ଦେଇଛନ୍ତି ମୋଦି । ବାତ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କ ସହ ସାରା ଦେଶ ଦୃଢ଼ ଭାବେ ଠିଆ ହୋଇଛି ବୋଲି ମୋଦୀ ଟ୍ବିଟ୍ କରି କହିଛନ୍ତି।