କନକ ବ୍ୟୁରୋ: ଭାରତ ଦଳ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚର ଟେଷ୍ଟ ସିରିଜର ଶେଷ ମ୍ୟାଚ ଅହମ୍ମଦାବାଦରେ ଖେଳାଯିବ । ମାର୍ଚ୍ଚ ୯ ତାରିଖରେ ଏହି ମ୍ୟାଚ ଖେଳାଯିବ । ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ଏହି ମ୍ୟାଚକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉପସ୍ଥିତ ରହି ଦେଖିବେ । ମୋଦୀଙ୍କ ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିଜ ମଧ୍ୟ ଅହମ୍ମଦାବାଦରେ ଉପସ୍ଥିତ ରହିବେ । ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।
ବିଶେଷ କରି ମ୍ୟାଚକୁ ନେଇ ମେଟ୍ରୋ ସେବାର ସମୟରେ ପରିବର୍ତ୍ତନ କରାଯାଇଛି । ୯ରୁ ୧୩ ମାର୍ଚ୍ଚ ଯାଏ ମେଟ୍ରୋ ଟାଇମିଂରେ ପରିବର୍ତ୍ତନ କରାଯାଇଛି । ଏହି ଦିନ ସକାଳ ୬ଟାରୁ ରାତି ୧୦ଟା ଯାଏ ମେଟ୍ରୋ ଚାଲିବ । ପ୍ରତ୍ୟେକ ୧୨ ମିନିଟରେ ମେଟ୍ରୋ ଚାଲିବା ନେଇ ବ୍ୟବସ୍ଥା କରାଯାଇଛି । ସେହିଭଳି ୧୦ରୁ ୧୩ ମାର୍ଚ୍ଚ ଯାଏ ମେଟ୍ରୋ ସେବା ସକାଳ ୭ରୁ ରାତି ୧୦ ଯାଏ ରହିବ । ଏହି ସମୟରେ ମଧ୍ୟ ଟ୍ରେନର ଫ୍ରିକ୍ୟୁଏନ୍ସି ୧୨ ମିନିଟ ରଖାଯାଇଛି ।
Follow Us