ମୋଦିଙ୍କ ଅଭିଯୋଗର କଡ଼ାଗଣ୍ଡା କରି ଜବାବ ଦେଲେ ନବୀନ । ସମୟ ସହ ତାଳ ଦେଇ ବଦଳିଲା ଆଭିମୁଖ୍ୟ ।

ମୋଦିଙ୍କ ଅଭିଯୋଗର କଡ଼ାଗଣ୍ଡା କରି ଜବାବ ଦେଲେ ନବୀନ । ସମୟ ସହ ତାଳ ଦେଇ ବଦଳିଲା ଆଭିମୁଖ୍ୟ ।

କନକ ବ୍ୟୁରୋ: ଆଗାମୀ ୨୦୧୯ ନିର୍ବାଚନରେ ବିଜେପି ଓ ବିଜେଡ଼ି ମଧ୍ୟରେ ଦେଖିବାକୁ ମିଳିପାରେ ମହାସଂଗ୍ରାମ ! କାରଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ହୋଇଥିବା ଆରୋପ ଓ ପ୍ରତ୍ୟାରୋପରୁ ହିଁ ଏହାର ଝଲକ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମ ଥିଲା ଓଡ଼ିଶା ଆସି ମୋଦି ବିଭିନ୍ନ ପ୍ରକଳ୍ପର ଉଦ୍-ଘାଟନୀ ଏବଂ ଶିଳାନ୍ୟାସ କରିବାର, ହେଲେ ରାଜ୍ୟ ସରକାରଙ୍କୁ ଏଭଳି କଡ଼ା ଭାଷାରେ ସମାଲୋଚନା କଲେ ମୋଦି ଯାହାକି ରାଜ୍ୟ ରାଜନୀତିକୁ ପୁରା ଉଷ୍ମ କରି ଦେଇଛି । ଏପରିକି ସିଧାସଳଖ ନବୀନ ସରକାରଙ୍କୁ ଟାର୍ଗେଟ କରି ୨୦୧୯ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ବିଗୁଲ ଫୁଙ୍ଖି ଯାଇଛନ୍ତି ମୋଦି । ରାଜ୍ୟବାସୀଙ୍କ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିଫଳତାର ଅନେକ ଅଭିଯୋଗର ଫର୍ଦ୍ଦ ଖୋଲିଦେଇ ଚାଲିଗଲେ ମୋଦି । ଯାହାର ଜବାବ ନବୀନ ଏପରି ରଖିଛନ୍ତି ତାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

publive-imageମୋଦିଙ୍କ ସବୁ ଅଭିଯୋଗର କଡ଼ା ଭାଷାରେ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଅନେକ ଥର ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଖୋଦ୍ ମୋଦି ଏବଂ ମୋଦି ସରକାରଙ୍କ କେନ୍ଦ୍ରମନ୍ତ୍ରୀ ଗଣ ନବୀନଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ଏହାର ଉତ୍ତର ବିଜେଡିର ମୁଖପାତ୍ରମାନେ ରଖିଥିବା ଦେଖିବାକୁ ମିଳିଥାଏ । ହେଲେ ଆଜି ଯେଉଁ ଭଳି ଭାବରେ ମୋଦିଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ତାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ମୋଦି ସ୍ୱଚ୍ଛ ଭାରତ ଅଭିଯାନ, ପିସି କାରବାର, ଆୟୁଷ୍ମାନ ଯୋଜନା, ଟଙ୍କିକିଆ ଚାଉଳ ଭଳି ଅନେକ ପ୍ରସଙ୍ଗରେ ନବୀନଙ୍କୁ ଟାର୍ଗେଟ କଲେ । ଯାହାର ଉତ୍ତରରେ ନବୀନ ପଟ୍ଟନାୟକ ଉଜ୍ଜ୍ୱଳା , ସ୍କିଲ୍ ଇଣ୍ଡିଆ ଦୁର୍ନୀତି , ତୈଳଦର ବୃଦ୍ଧି ଓ ଆୟୁଷ୍ମାନ ଯୋଜନା ଭଳି ପ୍ରସଙ୍ଗର ପାଲଟା ପ୍ରଶ୍ନ କରି ମୋଦିଙ୍କ କୋର୍ଟକୁ ବଲ୍ ଫିଙ୍ଗି ଦେଇଛନ୍ତି ନବୀନ ।

publive-imageତେବେ ଏଭଳି ରକ୍ଷଣାତ୍ମାକ ପ୍ରତି ଉତ୍ତର ନବୀନଙ୍କ ଠାରୁ ବହୁତ କମ୍ ଦେଖିବାକୁ ମିଳିଥାଏ । କାରଣ ଯେଉଁ ନବୀନ ପଟ୍ଟନାୟକ ଗତ କିଛି ମାସ ପୂର୍ବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀକୁ ସମର୍ଥନ କରିବା ଏବଂ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ମଧ୍ୟ ବିଜେପିର ସମର୍ଥନ, ବିରୋଧୀ କଂଗ୍ରେସ ଲୋକସଭାରେ ଯେବେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ସେଥିରେ ମଧ୍ୟ ପରୋକ୍ଷରେ ମୋଦିଙ୍କ ବିରୋଧରେ ଯାଇନଥିଲେ ନବୀନ । ତେବେ ଆଜି ଯେତେବେଳେ ଓଡ଼ିଶାକୁ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ନିଶାନା କରି ଅଭିଯୋଗ ପରେ ଅଗିଯୋଗ ଆଣିଥିଲେ ମୋଦି, ତାହାର ପ୍ରତିଉତ୍ତର ମଧ୍ୟ କଡ଼ାଗଣ୍ଡା କରି ରଖିଛନ୍ତି ନବୀନ । ଯାହାକି ୨୦୧୯ ପୂର୍ବରୁ ନବୀନଙ୍କ ଏଭଳି ଆଭିମୂଖ୍ୟ ଦେଖି ରାଜନୀତିଜ୍ଞ ମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ନବୀନଙ୍କ ଏଭଳି ରକ୍ଷଣାତ୍ମକ ଆଭିମୂଖ୍ୟ ହୁଏତ ବହୁତ କମ୍ ଦେଖି ମିଳିଛି କିନ୍ତୁ ହଠାତ୍ ନରମ ଥିବା ନବୀନ ଗରମ ହୋଇ ଏଭଳି ପ୍ରତିଉତ୍ତର ରଖିବା ତାହା ରାଜନୀତିରେ ଏକ ନୂଆ ଟ୍ୱିଷ୍ଟ ଆଣିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe