ଗୁରୁ ତେଗ୍‌ ବାହାଦୁରଙ୍କ ୪୦୦ତମ ଜନ୍ମ ବାର୍ଷିକୀ : ଗୁରୁଦ୍ୱାରରେ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

Advertisment
ଗୁରୁ ତେଗ୍‌ ବାହାଦୁରଙ୍କ ୪୦୦ତମ ଜନ୍ମ ବାର୍ଷିକୀ : ଗୁରୁଦ୍ୱାରରେ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଗୁରୁ ତେଗ୍‌ ବାହାଦୁରଙ୍କ ୪୦୦ତମ ଜନ୍ମ ବାର୍ଷିକୀ ଅବସରରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଥିବା ଗୁରୁଦ୍ବାର ସିସ୍‌ ଗଞ୍ଜ ସାହିବ ଦର୍ଶନ କରିଛନ୍ତି । ୪୦୦ତମ ପ୍ରକାଶ ପର୍ବ ଉପଲକ୍ଷେ ସେ ଗୁରୁଦ୍ବାରରେ ପ୍ରାର୍ଥନା କରିବା ସହ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୁରୁ ତେଗ୍‌ ବାହାଦୁର ‌କୌଣସି ସ୍ବେଚ୍ଛାଚାର ଏବଂ ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇ ନ ଥିଲେ। ତାଙ୍କର ଆତ୍ମବଳି ଅନେକଙ୍କୁ ସାମର୍ଥ୍ୟ ଓ ପ୍ରେରଣା ପ୍ରଦାନ କରେ ।

publive-image

ଗୁରୁ ତେଗ୍‌ ବାହାଦୁରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ୪୦୦ତମ ପ୍ରକାଶ ପୁରବର ସ୍ବତନ୍ତ୍ର ଅବକାଶରେ ମୁଁ ଶ୍ରୀଗୁରୁ ତେଗ୍‌ ବାହାଦୁରଜୀଙ୍କ ସମ୍ମୁଖରେ ମଥାନତ କରୁଛି। ନିଜର ସାହସ ଏବଂ ନିଷ୍ପୀଡ଼ିତମାନଙ୍କ ପ୍ରତି ସେବା ପାଇଁ ସେ ବିଶ୍ବବ୍ୟାପୀ ସମ୍ମାନିତ। ସ୍ବେଚ୍ଛାଚାର ଏବଂ ଅନ୍ୟାୟ ଆଗରେ ସେ ମୁଣ୍ଡ ନୋଇଁ ନ ଥିଲେ। ତାଙ୍କର ଆତ୍ମବଳି ଅନେକଙ୍କୁ ସାମର୍ଥ୍ୟ ଓ ପ୍ରେରଣା ପ୍ରଦାନ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe