ଆଜିଠୁ ୩ ଦିନିଆ ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ! ଆରସିଇପି ସମ୍ମିଳନୀରେ ଯୋଗଦେବେ , ଭାରତୀୟଙ୍କୁ ସମ୍ବୋଧନ ବି କରିବେ

170

କନକ ବ୍ୟୁରୋ : ଆଜିଠାରୁ ୩ଦିନିଆ ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଥାଇଲାଣ୍ଡରେ ଏସିଆନ, ଇଷ୍ଟ-ଏସିଆ ଓ ଆରସିଇପି ସମ୍ମିଳନୀରେ ଯୋଗଦେବେ । ଗସ୍ତର ପ୍ରଥମ ଦିନରେ ଥାଇଲାଣ୍ଡରେ ବସବାସ କରୁଥିବା ଭାରତୀୟ ସଂପ୍ରଦାୟଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ସେ ଗୁରୁ ନାନକ ଦେବଙ୍କ ୫୫୦ ତମ ଜୟନ୍ତୀ ଅବସରରେ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ । ନଭେମ୍ବର ୩ ତାରିଖରେ ୧୬ ତମ ଏସିଆ ଭାରତ ସମ୍ମିଳନୀରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ-ଓ-ଚା ଙ୍କ ସହିତ ଉପାଧ୍ୟକ୍ଷତା କରିବେ ।

https://www.news18.com

ସୂଚନା ଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦି ଏସିଆନ -ଭାରତ ସମ୍ମିଳନୀରେ ୭ମ ଥର ପାଇଁ ଭାଗ ନେଉଥିବା ବେଳେ ଇଷ୍ଟ ଏସିଆ ସମ୍ମିଳନୀରେ ୬ଷ୍ଠ ଥର ପାଇଁ ଯୋଗ ଦେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି  ବିଦେଶ ବ୍ୟାପାର ମନ୍ତ୍ରାଳୟ ସଚିବ ବିଜୟ ଠାକୁର ସିଂହ । ଗସ୍ତର ଦ୍ୱିତୀୟ ଦିନରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ମଧ୍ୟାହ୍ନ ଭୋଜନରେ ଯୋଗଦେବେ ମୋଦି । ଗସ୍ତର ଅନ୍ତିମ ଦିନରେ ଇଷ୍ଟ ଏସିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ହେବ ।