କନକ ବ୍ୟୁରୋ : ନଭେମ୍ବର ୧୪ ତାରିଖରୁ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଏହି ସମ୍ମିଳନୀରେ ଭାଗନେବାକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ଗସ୍ତରେ ଯାଉଛନ୍ତି । ସେ ବାଲିରେ ଅନୁଷ୍ଠିତ ୧୭ ତମ ଜି-୨୦ ସମ୍ମିଳନୀରେ ଭାଗ ନେବେ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଜି-୨୦ ନେତାମାନଙ୍କ ମଧ୍ୟରେ ବାଣିଜ୍ୟ, ଅର୍ଥ ବ୍ୟବସ୍ଥା, ଶକ୍ତି, ପରିବେଶ, କୃଷି, ସ୍ୱାସ୍ଥ୍ୟ ଓ ଡିଜିଟାଲ ପରିବର୍ତ୍ତନ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ଏହି ଶିଖର ସମ୍ମିଳନୀରେ ୩ ଟି ସେଶନ ହେବ । ଏହି ୩ ଟି ଯାକ ସେଶନରେ ପ୍ରଧାନମନ୍ତ୍ରୀ ଭାଗନେବେ । ଏଥିରେ ଖାଦ୍ୟ, ଶକ୍ତି ସୁରକ୍ଷା ଓ ଡିଜିଟାଲ ପରିବର୍ତନ ଉପରେ ଆଲୋଚନା ହେବ ।

ସେପଟେ ଇଣ୍ଡୋନେସିଆରେ ଥିବା ଭାରତୀୟ ରାଜଦୂତ ମନୋଜ କୁମାର ଭାରତୀ କହିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କ ଏହି ଇଣ୍ଡୋନେସିଆ ଗସ୍ତ ସ୍ୱଳ୍ପ ସମୟ ପାଇଁ ହୋଇପାରେ ହେଲେ ରଣନୈତିକ ଦୃଷ୍ଟିକୋଣରୁ ଦେଖିଲେ ଏହି ଗସ୍ତ ବେଶ୍ ମହତ୍ୱପୂର୍ଣ୍ଣ